ETV Bharat / city

କୋରୋନା ଯୁଦ୍ଧରେ ସୁନିତା ଯୋଦ୍ଧା, ସେବା ପାଇଁ ସ୍ଥଗିତ ରଖିଲେ ବିବାହ

author img

By

Published : Apr 21, 2020, 8:11 PM IST

Updated : Apr 21, 2020, 8:33 PM IST

ଦିନ କେଇଟା ପରେ ହାତକୁ ଦି ହାତ ହୋଇ ଜୀବନରେ ପବିତ୍ର ବିବାହ ବନ୍ଧନରେ ଆବଦ୍ଧ ହୋଇଥାନ୍ତେ । କିନ୍ତୁ ସେବା ଓ ତ୍ୟାଗର ମହାନ ଭାବନାରେ ସବୁକିଛିକୁ ଉତ୍ସର୍ଗୀ ଦେଇଛନ୍ତି । କୋରୋନା ଭଳି ମହାମାରୀରେ ନିଜର କର୍ତ୍ତବ୍ୟକୁ ବ୍ରତ ଭାବେ ପାଳନ କରି ବର୍ତ୍ତମାନ ବିବାହ କରିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି ସେ । ଅଧିକ ପଢନ୍ତୁ...

marriage for service
marriage for service

ରାଉରକେଲା: କର୍ତ୍ତବ୍ୟ ଆଗରେ ହାର ମାନିଛି ଭବିଷ୍ୟତର ସୁନେଲୀ ସ୍ବପ୍ନ । ଦିନ କେଇଟା ପରେ ହାତକୁ ଦି ହାତ ହୋଇ ଜୀବନରେ ପବିତ୍ର ବିବାହ ବନ୍ଧନରେ ଆବଦ୍ଧ ହୋଇଥାନ୍ତେ । କିନ୍ତୁ ସେବା ଓ ତ୍ୟାଗର ମହାନ ଭାବନାରେ ସବୁ କିଛିକୁ ଉତ୍ସର୍ଗୀ ଦେଇଛନ୍ତି । କୋରୋନା ଭଳି ମହାମାରୀରେ ନିଜର କର୍ତ୍ତବ୍ୟକୁ ବ୍ରତ ଭାବେ ପାଳନ କରି ବର୍ତ୍ତମାନ ବିବାହ କରିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି ସେ । ଆଜି ଦୁନିଆ ଆଗରେ ଉଦାହରଣ ସାଜିଛନ୍ତି ବିରମିତ୍ରପୁର ଥାନାରେ କାର୍ଯ୍ୟରତ ଓଡିଶା ଷ୍ଟେଟ ଆର୍ମଡ଼ ଫୋର୍ସର ମହିଳା ପୋଲିସ ସୁନିତା ଅଢା ।

କୋରୋନା ଯୁଦ୍ଧରେ ସୁନିତା ଯୋଦ୍ଧା, ସେବା ପାଇଁ ସ୍ଥଗିତ ରଖିଲେ ବିବାହ

ସୁନିତାଙ୍କ ବିବାହ ଏପ୍ରିଲ 25 ତାରିଖରେ ହେବା ନେଇ ସ୍ଥିର ହୋଇଥିଲା ଲଗ୍ନ। ମାତ୍ର ଦେଶ ତଥା ରାଜ୍ୟ ଏବେ ଭୟଙ୍କର କୋରୋନା ଭାଇରସ ସହ ଲଢ଼ୁଥିବା ବେଳେ ସୁନିତା ଏବେ ବିବାହ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ସେପଟେ ଉଭୟଙ୍କ ପରିବାର ମଧ୍ୟ ଏହି ନିଷ୍ପତ୍ତିକୁ ସମର୍ଥନ ଦେବା ସହ ସ୍ବାଗତ କରିଛନ୍ତି ।ସେପଟେ ଏହି ସମୟରେ ସୁନିତା ଜୀବନକୁ ବାଜି ଲଗାଇ, ହାତରେ ପ୍ଲାକାର୍ଡ ଧରି ଜାରି ରଖିଛନ୍ତି ସଚେତନତାର ବାର୍ତ୍ତା । ସୁନିତାଙ୍କ ଏହି ନିଷ୍ପତ୍ତି କେବଳ ସୁନ୍ଦରଗଡ଼ ପାଇଁ ନୁହେଁ ବଂର ସମଗ୍ର ରାଜ୍ୟ ପାଇଁ ସାଜିଛି ପ୍ରରଣାର କାହାଣୀ । ତାଙ୍କ ନିଷ୍ଠାପର କର୍ତ୍ତବ୍ୟ ଓ ସେବା ଭାବନାଙ୍କୁ ସବୁ ମହଲରେ ମିଳୁଛି ବେଶ ପ୍ରଶଂସା ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Last Updated : Apr 21, 2020, 8:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.