ରାଉରକେଲା: ବ୍ୟାପୁଛି କୋରୋନା ସଂକ୍ରମଣ । ଏଥିପାଇଁ ସରକାର ପୁରା ଦେଶକୁ ଲକ ଡାଉନ ଘୋଷଣା କରିଛନ୍ତି । ଅଯଥା କାର୍ଯ୍ୟରେ ଘରୁ ନ ବାହାରିବା ଉପରେ କଟକଣା ଲଗାଇଛନ୍ତି । ସାମାଜିକ ଦୂରତା ରକ୍ଷା କରିବା ପାଇଁ ସମସ୍ତଙ୍କୁ ନିବେଦନ କରୁଛନ୍ତି । କିନ୍ତୁ ରାଉରକେଲାରେ ସାମାଜିକ ଦୂରତା କିଭଳି ପାଳନ କରାଯାଉଛି ନଜର ପକାନ୍ତୁ ।
ଆଚାର୍ଯ୍ୟ ହରିହର ସ୍କୁଲରେ ଭତ୍ତା ବିତରଣ କାର୍ଯ୍ୟକ୍ରମରେ ଲୋକଙ୍କ ଅସମ୍ଭାଳ ଭିଡ ଜମିଥିଲା । ସାମାଜିକ ଦୂରତା କଥା ଭୁଲି ଯାଇଥିଲେ ସଭିଁଏ । ଏପରିକି, ଭତ୍ତା ବିତରଣ କେନ୍ଦ୍ରରେ ସାମାଜିକ ଦୂରତା ଅବଲମ୍ବନ ପାଇଁ ସରକାରଙ୍କ ପକ୍ଷରୁ କୈଣସି ପ୍ରକାର ବ୍ୟବସ୍ଥା କରାଯାଇ ନ ଥିଲା । ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ସରକାରଙ୍କ ପକ୍ଷରୁ ଭତ୍ତା ବଣ୍ଟା ଯାଉଛି ତେବେ ସାମାଜିକ ଦୂରତା ରକ୍ଷା କରିବାକୁ କୈଣସି ବ୍ୟବସ୍ଥା କରୁ ନାହାଁନ୍ତି କାହିଁକି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ