ରାଉରକେଲା :ସୁନ୍ଦରଗଡ଼ ଜିଲ୍ଲା ତଥା ରାଉରକେଲା ସହରରେ କୋରୋନା ସଂକ୍ରମଣର ପ୍ରଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି l ଏହି ସମୟରେ ସରକାର ତଥା ସ୍ଥାନୀୟ ପ୍ରଶାସନ ତରଫରୁ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ କୋଭିଡ କଟକଣା ଜାରି କରାଯାଉଛି ।
ଦିନକୁ ଦିନ କୋରୋନା ସଂକ୍ରଣଙ୍କ ସଂଖ୍ୟ ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ଡାକ୍ତରଖାନା କୁ ସ୍ବାସ୍ଥ୍ୟ ସେବା ନିମନ୍ତେ ଯିବା ସମସ୍ତ ରୋଗୀଙ୍କ ପାଇଁ ସମ୍ଭବପର ହୋଇପାରୁନାହିଁ l ତେଣୁ ଏହି ସମୟରେ ସ୍ବାସ୍ଥ୍ୟ ସେବାକୁ ଲୋକାଭିମୁଖୀ କରିବା ତଥା ଜନସାଧାରଣଙ୍କୁ ସହଜ ଓ ସୁବିଧାରେ ସ୍ବାସ୍ଥ୍ୟ ସେବା ଉପଲବ୍ଧ କରାଇବା ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ରାଉରକେଲା ସରକାରୀ ଚିକିତ୍ସାଳୟରେ ମଧ୍ୟ ଏହି ଟେଲିମେଡିସିନ ସେବା ଆରମ୍ଭ କରିଛନ୍ତି l ଆରଜିଏଚ ନିର୍ଦେଶକ ଡ଼. ନୀଳକଣ୍ଠ ମିଶ୍ର ଏହାର ଶୁଭାରମ୍ଭ କରିବା ସହ ରୋଗୀ ତଥା ଜନସାଧାରଣଙ୍କୁ ଏହି ସେବାର ସୁଯୋଗ ନେବାକୁ ଅନୁରୋଧ କରିଛନ୍ତି l ଜନସାଧାରଣ କିମ୍ବା ରୋଗୀ ନିଜ ଘରୁ ଟେଲିମେଡିସିନ ସେବା ପାଇଁ ମୋବାଇଲ ନଂ 7655051395/7655051396 କୁ ଫୋନ କରି ନିଜ ରୋଗର ବିବରଣୀ କହିଲେ ସେମାନଙ୍କୁ ଔଷଧ ତଥା ରୋଗ ସମ୍ବନ୍ଧୀୟ ପରାମର୍ଶ ଯୋଗାଇଦିଆଯିବ l
ଏହି ସେବା ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ସକାଳ 8 ଘଟିକା ଠାରୁ ସନ୍ଧ୍ୟା 5 ଘଟିକା ପର୍ଯ୍ୟନ୍ତ ଏବଂ ରବିବାର ସକାଳ 8 ଘଟିକା ଠାରୁ ଦିବା 1 ଘଟିକା ପର୍ଯ୍ୟନ୍ତ ଖୋଲା ରହିବ l ଜନସାଧାରଣ ଅଯଥାରେ ଘରୁ ନ ବାହାରି ଏହି ସେବାର ସୁବିଧା ନେଇ ପାରିବେ ବୋଲି ବିଭାଗ ତରଫରୁ ଅନୁରୋଧ କରାଯାଇଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର,ଇଟିଭି ଭାରତ