ରାଉରକେଲା: ଷ୍ଟିଲ ସିଟି ରାଉରକେଲା ପରିଣତ ହେଲା ସ୍ମାର୍ଟ ସିଟିରେ । ଏତେ ଦିନର ବ୍ୟବଧାନ ପରେ ବି ସହରରେ ଦେଖିବାକୁ ମିଳିଲାନି ଆଖିଦୃଶିଆ କାମ । ତେବେ ସହରବାସୀଙ୍କ ସୁବିଧାକୁ ଆଖି ଆଗରେ ରଖି ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି ।
ଆୟୋଜିତ ଏହି ସମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇ କୁହାଯାଇଛି କି ସ୍ମାର୍ଟସିଟି ପ୍ରୋଜେକ୍ଟରେ 5.72 କୋଟି ଟଙ୍କାର 6 ଟି ପାର୍କର କାମ ଆରମ୍ଭ ହୋଇଛି । ସେଥିମଧ୍ୟରୁ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ 9.62 ବ୍ୟୟ ଅଟକଳରେ କାମ ଚାଲିଛି ।
ସେହିଭଳି ବିରସା ମୁଣ୍ଡା ଷ୍ଟାଡିୟମକୁ ଫୁଟବଲ ମୈଦାନ କରିବା ସହିତ ଅତ୍ୟାଧୁନିକ ପାର୍କିଙ୍ଗ ବ୍ୟବସ୍ଥା,ପାନପୋଷ ବଜାରର ଆଧୁନିକିକରଣ,ସ୍ମାର୍ଟ ରାସ୍ତା ସହିତ 649.04 କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରାଯାଇଛି । ଏହି କାମ ଗୁଡିକ ମଧ୍ୟରେ କେତୋଟି କାମର ଟେଣ୍ଡର ସରିଛି ତ ଅନ୍ୟ ପ୍ରକ୍ରିୟା ଗୁଡିକ ଆରମ୍ଭ କରାଯାଇଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ