ପୁରୀ: ଶ୍ରୀମନ୍ଦିର କର୍ପସ ଫଣ୍ଡକୁ ବେଆଇନ ଭାବେ ୟେସ୍ ବ୍ୟାଙ୍କରେ ରଖାଯିବା ପ୍ରସଙ୍ଗକୁ ବିରୋଧ ବଢିବାରେ ଲାଗିଛି । ଦୋଷୀ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଦାବି ନେଇ ଶୁକ୍ରବାର ସିଂହଦ୍ବାର ଥାନାରେ ବରିଷ୍ଠ ସେବାୟତ ଦାମୋଦର ମହାସୁଆର ଏତଲା ଦେଇଛନ୍ତି ।
ଏହି ଦୁର୍ନୀତି ସାମିଲ ଥିବା ଅଭିଯୋଗରେ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଓ ଶ୍ରୀମନ୍ଦିର ପରିଚଳନା କମିଟିର ଅର୍ଥ ପରାମର୍ଶଦାତା ବିଜୟ ସାହୁଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି ନେଇ ଏହି ଏତଲା ଦିଆଯାଇଛି । ଏନେଇ ଦାମୋଦର ମହାସୁଆର କହିଛି କି, ଏହି ଦୁଇ ଅଧିକାରୀ ଶ୍ରୀମନ୍ଦିର ପରିଚାଳନା କମିଟ ସଦସ୍ୟଙ୍କୁ ଖାତିର ନ କରି ନିଜ କ୍ଷମତାର ଭୁଲ ଉପଯୋଗ କରି ଏହି ଦୁର୍ନୀତି କରିଛନ୍ତି ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ଏହି ଅଧିକାରୀ ମାନେ ବୁଡାଇ ଦେଇ ଥିବାରୁ ଏମାନଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନେଇ ଏତଲାରେ ଅନୁରୋଧ କରାଯାଇଛି । ସେହିପରି ତୁରନ୍ତ ଶ୍ରୀମନ୍ଦିର କର୍ପସ ଫଣ୍ଡ 545 କୋଟି ଟଙ୍କା ସୁରକ୍ଷିତ ଫେରାଇ ଆଣିବାକୁ ବରିଷ୍ଠ ସେବାୟତ ଦାମୋଦର ମହାସୁଆର ଦାବି କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ