ETV Bharat / city

ମକର ସଂକ୍ରାନ୍ତି ପାଇଁ ରାଉରକେଲାରେ ତିଳକୁଟ ପ୍ରସ୍ତୁତି ଜୋରଦାର - ତିଳକୁଟ ପ୍ରସ୍ତୁତି ଜୋରଦାର

ଆଉ ଦିନ କେଇଟା ପରେ ପବିତ୍ର ମକର ସଂକ୍ରାନ୍ତି। ଦେଶର ବିଭିନ୍ନ ଭାଗରେ ତିଳକୁଟର ଚାହିଦା ରହିଛି। ବିହାରର ଗୟାର ତିଳକୁଟ ବିଶ୍ବ ପ୍ରସିଦ୍ଧ। ପଢନ୍ତୁ ପୁରା ଖବର...

ମକର ସଂକ୍ରାନ୍ତି ପାଇଁ ରାଉରକେଲାରେ ତିଳକୁଟ ପ୍ରସ୍ତୁତି ଜୋରଦାର
ମକର ସଂକ୍ରାନ୍ତି ପାଇଁ ରାଉରକେଲାରେ ତିଳକୁଟ ପ୍ରସ୍ତୁତି ଜୋରଦାର
author img

By

Published : Jan 11, 2020, 5:58 PM IST

ରାଉରକେଲା: ଆଉ ଦିନ କେଇଟା ପରେ ପବିତ୍ର ମକର ସଂକ୍ରାନ୍ତି। ଦେଶର ବିଭିନ୍ନ ଭାଗରେ ତିଳକୁଟର ଚାହିଦା ରହିଛି। ବିହାରର ଗୟାର ତିଳକୁଟ ବିଶ୍ବ ପ୍ରସିଦ୍ଧ। ହେଲେ ରାଉରକେଲାରେ ଗତ କେତେ ବର୍ଷ ହେଲା ବିହାର ଗୟାରୁ କାରିଗର ଆସି ତିଳକୁଟ ତିଆରି କରୁଛନ୍ତି। ରାଉରକେଲାରେ ଗୟା ଭଳି ତିଳକୁଟ ପ୍ରସ୍ତୁତ କରାଯାଇ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପଠାଯାଉଛି।

ତିଳକ ଆଣି ଭାଜିବା ପରେ ଚିନିର ଶିରା ତିଆରି କରି ତାକୁ ମିଶାଇ କୁଟି କୁଟି ତିଳକୁଟ ତିଆରି କରିବା ପ୍ରକ୍ରିୟା ପରେ ପ୍ୟାକିଂ କରି ଏହାକୁ ବଜାରରେ ଛଡା ଯାଉଛି। ଗୁଡ଼ ତଥା ଚିନିରେ ଅଲଗା ଅଲଗା ଏହାକୁ ତିଆରି କରାଯାଉଛି। ଗତ ବର୍ଷ ଅପେକ୍ଷା ଦର ଟିକେ ଅଧିକା ରହିବାର କାରଣ ହେଉଛି ତିଳର ଦର ବୃଦ୍ଧି।

ମକର ସଂକ୍ରାନ୍ତି ପାଇଁ ରାଉରକେଲାରେ ତିଳକୁଟ ପ୍ରସ୍ତୁତି ଜୋରଦାର

ଗତ ଏକ ମାସ ହେଲା ପାଖାପାଖି 30 କାରିଗର ରାଉରକେଲାରେ ରହି ଦିନ ରାତି ତିଳକୁଟ ତିଆରି କାମ କରୁଛନ୍ତି। ଚାହିଦା ଅଧିକ ବୃଦ୍ଧି ପାଉଥିବାରୁ 14 ତାରିଖ ଯାଏଁ ଏମାନେ ତିଳକୁଟ ତିଆରି କାମ କରିବେ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ଆସୁଛି ମକର ସଂକ୍ରାନ୍ତି। ଦେଶ ର ବିଭିନ୍ନ ଭାଗ ରେ ତିଳକୁଟ ର ଚାହିଦା ରହିଛି। ବିହାର ର ଗୟା ର ତିଳକୁଟ ବିଶ୍ବ ପ୍ରସିଦ୍ଧ। କିନ୍ତୁ ରାଉରକେଲା ରେ ଗତ କେତେ ବର୍ଷ ହେଲା ଗୟା ର କାରିଗର ଆସି ରାଉରକେଲା ରେ ତିଳକୁଟ ତିଆରି କରୁଛନ୍ତି। ଏହା ଦ୍ୱାରା ଗୟା ରୁ ଆସୁଥିବା ତିଳକୁଟ ର ମାତ୍ର ଏଠାରେ କମିଛି ତଥା ରାଉରକେଲା ରେ ଗୟା ଭଳି ତିଳକୁଟ ଏଠାରେ ତିଆରି କର ଯାଇ ରାଜ୍ୟ ର ବିଭିନ୍ନ ଅଞ୍ଚଳ କୁ ପଠା ଯାଉଛି ତଥା ସୀମାନ୍ତ ଝାରଖଣ୍ଡ ର ବିଭିନ୍ନ ଅଞ୍ଚଳ ରେ ମଧ୍ୟ ଏଠାକାର ତିଳକୁଟ ର ଚାହିଦା ବୃଦ୍ଧି ପାଉଛି।

Body:ତିଳ କୁ ଆଣି ଭାଜିବା ପରେ ଚିନି ର ଶିରା ତିଆରି କରି ତାକୁ ମିଶାଇ କୁଟି କୁଟି ତିଳକୁଟ ତିଆରି କରିବା ପ୍ରକ୍ରିୟା ପରେ ପ୍ୟାକିଙ୍ଗ କରି ଏହାକୁ ବଜାର ରେ ଛଡା ଯାଉଛି। ଗୁଡ଼ ତଥା ଚିନି ରେ ଆଲ୍ହା ଅଲଗା ଏହାକୁ ତିଆରି କର ଯାଉଛି। ଗତ ବର୍ଷ ଅପେକ୍ଷା ଦର ଟିକେ ଅଧିକା ରହିବାର କାରଣ ହେଉଛି ତିଳ ର ଦର ବୃଦ୍ଧି ପାଇଛି।

Conclusion:ଗତ ଏକ ମାସ ହେଲା ପଖା ପାଖି 30 କାରିଗର ରାଉରକେଲା ରେ ରହି ଦିନ ରାତି ତିଳକୂଟ ତିଆରି କାମ କରୁଛନ୍ତି। ଚାହିଦା ଅଧିକ ବୃଦ୍ଧି ପାଉ ଥିବାରୁ 14 ତାରିଖ ଯାଏ ଏମାନେ ତିଳକୂଟ ତିଆରି କାମ କରିବେ।
ବାଇଟ-କମଲେଶ ସିଂ, ଗୟା ରୁ ଆସିଥିବା କାରିଗର
ବାଇଟ-ବିନୋଦ କୁମାର ସୋନକର,ବ୍ୟବସାୟୀ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.