ରାଉରକେଲା: ଇସ୍ପାତ କାରଖାନା ପରିସରରେ ବର୍ଷବର୍ଷ ଧରି ପଡି ରହିଛି ବିନା କାଗଜପତ୍ର ଥିବା ଗାଡ଼ି । ଏହି ଗାଡିକୁ ନା କେହି ତଦନ୍ତ କରୁଛନ୍ତି ନା କେହି ନଜର ଦେଉଛନ୍ତି । କାରଖାନା ପରିସରରେ କୌଣସି ସଂସ୍ଥାକୁ ମଧ୍ୟ ପ୍ରବେଶ ମନା । ଏପରିକି ରାଉରକେଲା ଆରଟିଓକୁ ମଧ୍ୟ ଅନୁମତି ମିଳିନାହିଁ । ଏପରି କ୍ଷେତ୍ରରେ କାରଖାନା ପ୍ରବେଶ ଅନୁମତି ଦିଆଯିବା ନେଇ ସିଇଓଙ୍କୁ ଆରଟିଓ ଟିମ ପକ୍ଷରୁ ଏକ ଚିଠି ଲେଖାଯାଇଛି ।
ଆରଟିଓ ଟିମର 4 ଜଣଙ୍କୁ ଗେଟ୍ ପାସ ଦିଆଯାଉ । ଯାହାଦ୍ବାରା ସେମାନେ ବିନା ଲାଇସେନ୍ସ ଗାଡିକୁ ତଦନ୍ତ କରିପାରିବେ । କାରଖାନା ସିଇଓଙ୍କ ସମେତ ଜିଲ୍ଲାପାଳଙ୍କୁ ମଧ୍ୟ ଏହି ଚିଠି ଲେଖିଛନ୍ତି ଆରଟିଓ । ଯଦି ଉକ୍ତ ଟିମକୁ କାରଖାନା ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିଯାଏ ତେବେ ଆରଟିଓର ପରବର୍ତ୍ତୀ ପଦକ୍ଷେପ କଣ ରହିବ ତାହା ସମସ୍ତଙ୍କର ନଜର ରହିଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ, ଇଟିଭି ଭାରତ