ରାଉରକେଲା:ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଗ୍ୟାସ ଲିକ ଘଟଣା ଏବେ ଶାନ୍ତ ପଡିଛି । ଆରଏସପି ସମ୍ମୁଖ ଓ ଆଇଜିଏଚ୍ ପରିସରରେ ସ୍ଥିତି ସ୍ବାଭାବିକ ହୋଇଛି । ଅପରପକ୍ଷେ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିବାବେଳେ ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିବା ସୂଚନା ଦିଆଯାଇଛି ।
ମୃତକଙ୍କ ମରଶରୀର ପରିବାର ଲୋକଙ୍କୁ ନଦେଖାଇବାରୁ ଆରଏସପି ସମ୍ମୁଖ ଓ ଆଇଜିଏଚ୍ ପରିସରରେ ଉତ୍ତେଜନା ଜାରି ରହିଥିଲା । ଯାହା ଏବେ ଶାନ୍ତ ପଡିଛି । ସେପଟେ ଏହି ଘଟଣାରେ ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା କରିଛି ଷ୍ଟିଲ ପ୍ଲାଣ୍ଟ । ମୃତକଙ୍କ ପରିବାରରୁ ଜଣଙ୍କୁ ମିଳିବ ଚାକିରି । କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ 2 DGM ଇ.ଏମ୍.ଡିର ଜି .ବାରିକ ଓ ସିସିଡିର ଏନ୍.ବାଗଙ୍କୁ ନିଲମ୍ବିତ କରିଛନ୍ତି ଷ୍ଟିଲ୍ ପ୍ଲାଣ୍ଟ CEO ।
ବୁଧବାର ବିଳମ୍ବିତ ରାତ୍ରୀରେ 4 ମୃତକଙ୍କୁ ସାମୁହିକ ଭାବରେ ଦାହ କରାଯାଇଛି । ଚିକିତ୍ସିତ ହେଉଥିବା 6 ଗୁରୁତର ତାଙ୍କ ଘରକୁ ଫେରିଥିବା ଜଣାପଡିଛି ।
ସୁନ୍ଦରଗଡରୁ ହରିହରଦାସ ମହାପାତ୍ର, ଇଟିଭି ଭାରତ