ETV Bharat / city

ଷ୍ଟିଲସିଟିର ପରିବା ବଜାରରେ ଉତ୍ତେଜନା

author img

By

Published : Apr 18, 2020, 10:42 AM IST

ଶନିବାର ଇସ୍ପାତ କାରଖାନା ଲ୍ୟାଣ୍ଡ ଗାର୍ଡ ଏବଂ ପରିବା ବିକାଳୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି ।

egetable market
ପରିବା ବିକାଳୀ ଲ୍ୟାଣ୍ଡ ଗାର୍ଡଙ୍କ ମଧ୍ୟରେ ଉତ୍ତେଜନା

ରାଉରକେଲା: ଷ୍ଟିଲସିଟିର ପରିବା ବଜାରରେ ଉତ୍ତେଜନା। ଶନିବାର ଇସ୍ପାତ କାରଖାନାର ଲ୍ୟାଣ୍ଡ ଗାର୍ଡ ଏବଂ ପରିବା ବିକାଳୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ରାଉରକେଲା ମହାନଗର ନିଗମ ଏବଂ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି କ୍ରମେ ରାଉରକେଲା ଟ୍ରାଫିକ ଗେଟରେ ଥିବା ଖୁଚୁରା ପରିବା ବ୍ୟବସାୟୀଙ୍କୁ ରିଙ୍ଗରୋଡ଼ ସାଇଡ ବସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ପରିବା ବିକାଳୀମାନେ ସେଠାରେ ବସି ପରିବା ବିକୁଥିବା ସମୟରେ ଇସ୍ପାତ କାରଖାନା ଲ୍ୟାଣ୍ଡ ଗାର୍ଡମାନେ ଆସି ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ କହିଥିଲେ । ମାତ୍ର ପରିବା ଦୋକାନୀମାନେ ସେଠାରୁ ନଯିବାକୁ ଜିଦ ଧରିଥିବା ବେଳେ ଆରଏସପି କର୍ତ୍ତୃପକ୍ଷ ମଧ୍ୟ ନିଜ ଜିଦରେ ଅଟଳ ଅଛନ୍ତି । ଫଳରେ ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.