ETV Bharat / city

ରାଉରକେଲାରେ ଜମିବ ସାରଦା-ନିହାର ଲଢେଇ - ସାରଦା

ରାଉରକେଲାରେ ଜମିବ ନିର୍ବାଚନୀ ମାହୋଲ । ଦୀର୍ଘ 15 ବର୍ଷ ପରେ ମୁହାଁମୁହିଁ ହେବେ ସାରଦା ଓ ନିହାର । ଉଭୟଙ୍କ ମଧ୍ୟରେ ହୋଇପାରେ କଡା ଟକ୍କର ।

author img

By

Published : Mar 25, 2019, 11:22 PM IST

ରାଉରକେଲା: ରଘୁନାଥପଲ୍ଲୀ ଓ ରାଉରକେଲା ବିଧାନସଭା ଆସନ ପାଇଁ ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ବିଜେପି ପକ୍ଷରୁ ନାମାଙ୍କନ ଦାଖଲ ହୋଇଛି । ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଉଭୟ ଦଳର ଆଶାୟୀ ପ୍ରାର୍ଥୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସୋମବାର ରାଉରକେଲା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ସାରଦା ନାୟକ ଏବଂ ତାଙ୍କର ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ନିହାର ରାଏ ପାର୍ଥିପତ୍ର ଦାଖଲ କରିଥିଲେ । ସାରଦା ଏବଂ ନିହାର ଦୀର୍ଘ 15 ବର୍ଷ ପରେ ନିର୍ବାଚନରେ ମୁଁହାମୁହିଁ ହେବେ । ଉଭୟଙ୍କ ଭିତରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି ।

ସେପଟେ ରଘୁନାଥପଲ୍ଲୀ ଆସନ ପାଇଁ ବିଜେଡି ପାର୍ଥୀ ସୁବ୍ରତ ତରାଇ ଏବଂ ବିଜେପି ପ୍ରାର୍ଥୀ ଜଗବନ୍ଧୁ ବେହେରା ପାର୍ଥୀ ପତ୍ର ଦାଖଲ କରିଛନ୍ତି । ଉଭୟ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ ନେଇ ବଡ ଶୋଭାଯାତ୍ରାର ଆୟୋଜନ ହୋଇଥିଲା । ନାମାଙ୍କନରୁ ହିଁ ନିଜ ନିଜ ଶକ୍ତି ପ୍ରଦର୍ଶନ ଆରମ୍ଭ କରିଛନ୍ତି ଆଶାୟୀ ପ୍ରାର୍ଥୀ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.