ETV Bharat / city

ବ୍ଲୋ ଉତ୍ପାଦନରେ ରାଉରକେଲା ଇସ୍ପାତ କାରଖାନାର ଜାତୀୟ ରେକର୍ଡ

author img

By

Published : Jul 22, 2020, 11:03 PM IST

ଆତ୍ମନିର୍ଭର ଭାରତ ନିର୍ମାଣରେ ଶ୍ରେଷ୍ଠ ଯୋଗଦାନ ଦେବା ନିମନ୍ତେ ସେଲ ପ୍ରତିବଦ୍ଧ ବୋଲି ସେଲ ଅଧ୍ୟକ୍ଷ ଅନିଲ କୁମାର ଚୌଧୁରୀ ପ୍ରକାଶ କରିଛନ୍ତି । ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ଜୁଲାଇ ୨୨ ତାରିଖରେ ଆୟୋଜିତ ଇ-ସାମ୍ବାଦିକ ସମ୍ମିଳନୀରେ ସେଲ ଅଧ୍ୟକ୍ଷ ଏହା ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ବ୍ଲୋ ଉତ୍ପାଦନରେ ରାଉରକେଲା ଇସ୍ପାତ କାରଖାନାର ଜାତୀୟ ରେକର୍ଡ
ବ୍ଲୋ ଉତ୍ପାଦନରେ ରାଉରକେଲା ଇସ୍ପାତ କାରଖାନାର ଜାତୀୟ ରେକର୍ଡ

ରାଉରକେଲା: ଆତ୍ମନିର୍ଭର ଭାରତ ନିର୍ମାଣରେ ଶ୍ରେଷ୍ଠ ଯୋଗଦାନ ଦେବା ନିମନ୍ତେ ସେଲ ପ୍ରତିବଦ୍ଧ ବୋଲି ସେଲ ଅଧ୍ୟକ୍ଷ ଅନିଲ କୁମାର ଚୌଧୁରୀ ପ୍ରକାଶ କରିଛନ୍ତି । ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ଜୁଲାଇ ୨୨ ତାରିଖରେ ଆୟୋଜିତ ଇ-ସାମ୍ବାଦିକ ସମ୍ମିଳନୀରେ ସେଲ ଅଧ୍ୟକ୍ଷ ଏହା ପ୍ରକାଶ କରିଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଆରଏସପିର ସିଇଓ, ଶ୍ରୀ ଦୀପକ ଚଟ୍ଟରାଜ ମଧ୍ୟ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ଏହି ସମ୍ମିଳନୀରେ ଭୁବନେଶ୍ଵର ଓ ରାଉରକେଲାର ବହୁ ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ଭାଗନେଇଥିଲେ। ଗତ ଜୁଲାଇ ୨ ତାରିଖରେ ଆରଏସପି ଏହାର ଷ୍ଟିଲ ମେଲ୍ଟିଂ ସପ-୨ ବିଭାଗରେ ଗୋଟିଏ କନଭର୍ଟରରେ ଗୋଟିଏ ଦିନରେ ୪୮ଟି ବ୍ଲୋ ତିଆରି କରି ଜାତୀୟସ୍ତରୀୟ ରେକର୍ଡ ସୃଷ୍ଟି ପରିପ୍ରେକ୍ଷୀରେ ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।

ସେଲ ଅଧ୍ୟକ୍ଷ ଚୌଧୁରୀ ନିଜର ବକ୍ତବ୍ୟରେ ଆରଏସପି ଦ୍ଵାରା ନିକଟ ଅତୀତରେ ବିଭିନ୍ନ କ୍ଷେତ୍ରରେ ହାସଲ ହୋଇଥିବା ବିଭିନ୍ନ ସଫଳତା ବିଷୟରେ ପ୍ରକାଶ କରିଥିଲେ। ଆରଏସପିରେ ନୂତନ ହଟ ଷ୍ଟ୍ରିପ ମିଲ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ । ସ୍ପେଶାଲ ପ୍ଳେଟ ପ୍ଳାଣ୍ଟରେ ବିବିଧ ନୂତନ ସୁବିଧାମାନ ଉପଲବ୍ଧ କରାଯିବା ସଙ୍ଗେସଙ୍ଗେ ଅନ୍ୟ ବିଭିନ୍ନ ୟୁନିଟରୁ ଆମଦାନୀ ବିକଳ୍ପ ରୂପେ ନୂତନ ଉତ୍ପାଦମାନ ବିକଶିତ କରାଯାଉଛି ଯାହା ଆମ ଦେଶକୁ ଇସ୍ପାତ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରି ଗଢି ତୋଳିବ ବୋଲି ସେ ମତବ୍ୟକ୍ତ କରିଥିଲେ।

ସେଲ ଅଧ୍ୟକ୍ଷ ସେଲ ଓ ଆରଏସପିର ଭବିଷ୍ୟତ ଯୋଜନା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ। ଆରଏସପି ୪୮ ଟି ବ୍ଲୋର ଅନନ୍ୟ ସଫଳତା ହାସଲ କରିବା ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ, ଏଥିନିମନ୍ତେ ବିଭିନ୍ନ ବିଭାଗ ମଧ୍ୟରେ ଉଚ୍ଚକୋଟୀର ତାଳମେଳର ଆବଶ୍ୟକତା ରହିଥାଏ ଓ ଏହା ଆରଏସପିକୁ ଏକ ଉଚ୍ଚତର ସୋପାନରେ ଅବତୀର୍ଣ୍ଣ କରାଇଛି। ଚୌଧୁରୀ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ, ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ଶୁଭାରମ୍ଭ ହୋଇଥିବା ‘ପୂର୍ବୋଦୟ’ ଯୋଜନା ସେଲ ଦ୍ଵାରା ଏହାର ଏକୀକୃତ ଇସ୍ପାତ କାରଖାନାଗୁଡିକର ଆଖପାଖ ଅଞ୍ଚଳରେ କାର୍ଯ୍ୟକାରୀ ହୋଇଥିବା ବେଳେ ‘ଇସ୍ପାତି ଇଲାକୋ କା ବିକାଶ- ସେଲ କେ ସାଥ’ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏହା ଆମର ଇସ୍ପାତ କାରଖାନାର ଆଖପାଖରେ ଉତ୍କୃଷ୍ଟ ଷ୍ଟିଲ କ୍ଲଷ୍ଟର ଗଢିବା କ୍ଷେତ୍ରରେ ସହାୟକ ହେବ ସେ କହିଛନ୍ତି ।

ରାଉରକେଲାରେ ନିର୍ମାଣାଧୀନ ସୁପର ସ୍ପେସାଲିଟି ହସ୍ପିଟାଲ ସମ୍ପର୍କରେ ଉଲ୍ଲେଖ କରି ସେଲ ଅଧ୍ୟକ୍ଷ କହିଥିଲେ ଯେ, ସର୍ବୋତ୍କୃଷ୍ଟ ସ୍ବାସ୍ଥ୍ୟ ସୁବିଧା ଯୋଗାଇଦେବା ନିମନ୍ତେ ସର୍ବୋତ୍ତମ ଡାକ୍ତରଙ୍କୁ ଆଣିବା ପାଇଁ ସେଲ ସବୁମତେ ପ୍ରୟାସ କରୁଛି ଓ ପ୍ରତିଷ୍ଠିତ ସହଭାଗୀଙ୍କ ସନ୍ଧାନ ମଧ୍ୟ କରୁଛି। ସେଲ ସର୍ବଦା କର୍ମଚାରୀ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରିଆସିଛି । ଏପରିକି କୋଭିଡ ୧୯ ଲକଡାଉନ ସମୟରେ ମଧ୍ୟ ଯେତେବେଳେ ବ୍ୟବସାୟ ନିମ୍ନ ସ୍ତରରେ ପହଞ୍ଚିଥିଲା, କର୍ମଚାରୀମାନେ ଯେପରି ପ୍ରତିମାସ ୧ ତାରିଖରେ ସେମାନଙ୍କର ଦରମା ପାଇବେ କମ୍ପାନୀ ତାହା ସୁନିଶ୍ଚିତ କରିଥିଲା । ଆରଏସପି ଲୋକ ସମ୍ପର୍କ ବିଭାଗର ଡ଼ିଜିଏମ, ଅର୍ଚ୍ଚନା ଶତପଥି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.