ରାଉରକେଲା: ଆଗକୁ ସାଧାରଣ ନିର୍ବାଚନ। ନିର୍ବାଚନକୁ ନେଇ ସରଗରମ ରାଜନୀତି। ଭୋଟ ହାତେଇବାକୁ ନେତାଙ୍କର ଚାଲିଛି ଜୋରଦାର ପ୍ରସ୍ତୁତି। ନିର୍ବାଚନ ବୈତରଣୀ ପାର କରିବା ପାଇଁ ପ୍ରମୁଖ ଦଳମାନଙ୍କର ଆରମ୍ଭ ହୋଇଗଲାଣି ପ୍ରଚାର। ସେହି ପରିପ୍ରେକ୍ଷୀରେ ରାଉରକେଲାରେ ମଧ୍ୟ ଶାସକ ଦଳ ପ୍ରଚାର ଆରମ୍ଭ କରିଛି।
ହେଲେ ବିନା ଅନୁମତିରେ ପ୍ରଚାର କରୁଥିବା ଏକ ପ୍ରଚାର ଗାଡିକୁ ଜବତ କରିଛି ସ୍ପେଶାଲ ସ୍କ୍ୱାର୍ଡ। ଏହି ପ୍ରଚାର ଗାଡିକୁ ପୋଲିସ ହେପାଜତରେ ରଖାଯାଇଛି। ତେବେ ଗାଡିରେ ଲାଗି ଥିବା ପୋଷ୍ଟରରୁ ଏହା ବିଜେଡିର ପ୍ରଚାର ଗାଡି ବୋଲି ସ୍ପଷ୍ଟ ହୋଇଛି। ହେଲେ ଗାଡିଟି କାହା ଦ୍ୱାରା ପ୍ରଚାରରେ ନିୟୋଜିତ ହୋଇଥିଲା ତାହା ଜଣାପଡି ନାହିଁ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ