ETV Bharat / city

କଲବଲ କରୁଛି ଜଳକଷ୍ଟ, ଆନ୍ଦୋଳନ ପାଇଁ ସଜବାଜ

ଅସହ୍ୟ ଖରା ସାଙ୍ଗକୁ ସପ୍ଲାଏ ପାଣି ବନ୍ଦ ରହିଛି । ଯାହାକୁ ନେଇ ହନ୍ତସନ୍ତ ହେଉଛନ୍ତି ରାଉରକେଲାର ଉଦିତନଗରସ୍ଥିତ ପଣ୍ଡା କଲୋନୀ ବାସିନ୍ଦା । ଏନେଇ ସେମାନେ ଜନସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କୁ ଭେଟି ନିଜର ଦାବି ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : May 29, 2019, 7:06 PM IST

ରାଉରକେଲା: ଖରା ଠୁ ବଳି ଯାଇଛି ଜଳକଷ୍ଟ । ଅସହ୍ୟ ତାତିରେ ଲୋକେ ପାଣି ପାଇଁ ହେଉଛନ୍ତି ଡହଳବିକଳ । ଆଉ ଏତିକି ବେଳେ 8 ଦିନ ଧରି ପାଣି ନ ଆସିବା ଲୋକଙ୍କ କଷ୍ଟକୁ ଦ୍ବିଗୁଣିତ କରିଛି । ରାଉରକେଲାର ଉଦିତନଗରର ପଣ୍ଡା କଲୋନିବାସୀ ଏଭଳି ଜଳକଷ୍ଟ ଭୋଗୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଏଠାରେ ଦୀର୍ଘ 8 ଦିନ ହେଲାଣି ସପ୍ଲାଏ ପାଣି ବନ୍ଦ ରହିଛି । ଏନେଇ କଲୋନି ବାସିନ୍ଦା ବୁଧବାର ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ନିଜ ଦୁଃଖ ଜଣାଇବାକୁ ଯାଇଥିଲେ । ତେବେ କେଉଁ କାରଣରୁ ପାଣି ସପ୍ଲାଏ ବନ୍ଦ ରହିଛି ସେ ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରୁନାହାନ୍ତି ବିଭାଗୀୟ ଅଧିକାରୀ । ଆଗକୁ ଯଦି ଏଭଳି ପରିସ୍ଥିତି ଲାଗି ରହେ ଆଗକୁ ଆନ୍ଦୋଳନ କରିବାକୁ ଲୋକେ ଚେତାବନୀ ଦେଇଛନ୍ତି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.