ରାଉରକେଲା: ମହାନଗର ନିଗମ ପକ୍ଷରୁ ଡେଲି ମାର୍କେଟ୍ରେ ଚଢାଉ । ମହାନଗର ନିଗମର ସ୍ବାସ୍ଥ୍ୟ ଅଧିକାରୀ ଡ. ବସନ୍ତ କୁମାର ମିଶ୍ରଙ୍କ ନେତୃତ୍ୟରେ ଏହି ଚଢାଉ କରାଯାଇଛି । ଏହି ଚଢାଉରେ ସ୍ବାସ୍ଥ୍ୟ ଅଧିକାରୀ ଫଳ ଦୋକାନ ଗୁଡିକୁ ଯାଞ୍ଚ କରିଥିଲେ ।
ଯେଉଁ ଫଳ ବ୍ୟବସାୟୀମାନେ ଫୁଡ୍ ଲାଇସେନ୍ସ କରି ନାହାନ୍ତି ଆସନ୍ତା 24 ଘଣ୍ଟା ମଧ୍ୟରେ ଲାଇସେନ୍ସ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଅଧିକାରୀ । ବଜାରରେ ଦିନକୁ ଦିନ ଫଳ ବ୍ୟବସାୟୀଙ୍କ ସଂଖ୍ୟା ବଢି ବଢି ଚାଲିଛି । ହେଲେ ବ୍ୟବସାୟୀ ମାନେ ଲାଇସେନ୍ସ ନ କରିବା ଚିନ୍ତାର ବିଷୟ ପାଲଟିଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ