ETV Bharat / city

ରାଉରକେଲା ସରକାରୀ ହସପିଟାଲର ଅବହେଳା, ମୃତଦେହକୁ ଖାଇଗଲେ କୁକୁର - public tension in rourkela

ରାଉରକେଲା ସରକାରୀ ହସପିଟାଲର ଅବ୍ୟବସ୍ଥା । ଶବ ଗୃହରେ ଥିବା ମୃତଦେହକୁ ଖାଇଗଲେ କୁକୁର । ଏହି ଘଟଣାକୁ ନେଇ ରାଉରକେଲା ସରକାରୀ ହସପିଟାଲ ପରିସର ଆଶାନ୍ତ ହୋଇଛି । ମୃତକଙ୍କ ପରିବାର ଲୋକ ଓ ସ୍ଥାନୀୟ ଲୋକେ ହସପିଟାଲ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପୋଲିସ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ଅଧିକ ପଢନ୍ତୁ

public tension in rourkela
ରାଉରକେଲା ସରକାରୀ ହସପିଟାଲର ଅବହେଳା, ମୃତଦେହକୁ ଖାଇଗଲେ କୁକୁର
author img

By

Published : Dec 13, 2021, 8:01 PM IST

ସୁନ୍ଦରଗଡ: ପୁଣି ପଦାରେ ପଡିଲା ରାଉରକେଲା ସରକାରୀ ହସପିଟାଲର ଅବହେଳା । ପୂର୍ବରୁ ଡାକ୍ତରଖାନାର କର୍ମଚାରୀଙ୍କ ରୋଗୀଙ୍କ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର ଘଟଣା। ଗତକାଲି ଶବ ଗୃହରେ ଥିବା ଜଣେ ବ୍ୟକ୍ତିଙ୍କ ମୃତଦେହକୁ କୁକୁର ଖାଇଯିବା ନେଇ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି ରାଉରକେଲା ସରକାରୀ ହସପିଟାଲ । ଏହାକୁ ନେଇ ରାଉକେଲା ସରକାରୀ ହସପିଟାଲ ପରିସର ଆଶାନ୍ତ ହୋଇଛି । ମୃତକଙ୍କ ପରିବାର ଲୋକ ଓ ସ୍ଥାନୀୟ ଲୋକେ ହସପିଟାଲ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପୋଲିସ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ରାଉରକେଲା ସରକାରୀ ହସପିଟାଲର ଅବହେଳା, ମୃତଦେହକୁ ଖାଇଗଲେ କୁକୁର

ଗୁରୁବାର ରାତି ପ୍ରାୟ 11ଟା ସମୟରେ ରାଉରକେଲା ସହରର ଉଦିତ ନଗର ଥାନା ମାଲଗୋଦାମ ଅଞ୍ଚଳରେ ଦୁର୍ଘଟଣା ଘଟିଥିଲା। ଏକ ବୋଲେରୋ ପିକଅପ ଧକ୍କାରେ ପ୍ଲାଣ୍ଟ ସାଇଟ ଥାନା ଅନ୍ତର୍ଗତ ଗୋପବନ୍ଧୁ ପାଲ୍ଲୀ ଅଞ୍ଚଳର ଦିନ ମଜୁରିଆ ରାଜେଶ ଯାଦବର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଉଦିତ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ରାଉରକେଲା ସରକାରୀ ହସପଟାଲରର ଶବ ଗୃହ ( Morgue House)ରେ ରଖି ତଦନ୍ତ କରିବା ସହ ମୃତ ବ୍ୟକ୍ତିର ପରିଚୟ ଖୋଜିଥିଲା । ଶୁକ୍ରବାର ଦିନ 11ଟାରେ ମୃତକଙ୍କ ପରିବାର ଲୋକଙ୍କୁ ଜଣାଇଥିଲା। ଶନିବାର କୌଣସି କାରଣବଶତଃ ମୃତଦେହ ବ୍ୟବଛେଦ ହୋଇନଥିଲା । ତେବେ ଗତକାଲି ( ରବିବାର ) ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନେବା ବେଳେ କୁକୁର ଅଧା ଖାଇଥିବା ଜଣାପଡିଥିଲା । ଏହାକୁ ନେଇ ପରିବାର ଲୋକେ ବସ୍ତି ବାସିନ୍ଦାଙ୍କୁ ସୂଚନା ଦେବାରୁ ଉତ୍ତେଜନା ଦେଖାଦେଇଥିଲା ।

ସୂଚନା ଅନୁସାରେ ରାଉରକେଲା ସରକାରୀ ଡାକ୍ତରଖାନା ଶବ ଗୃହର 10 ଗୋଟି ଫ୍ରିଜ ଥିବାବେଳେ କାମ କରୁଛି ମାତ୍ର ଗୋଟିଏ । ଯାହା ଫଳରେ ମୃତଦେହ ଗୁଡିକୁ ରଖାଯାଉଛି ତଳେ। ପଶୁଛନ୍ତି କୁକୁର ଏବଂ ଖାଉଛନ୍ତି ମୃତଦେହ । ସେପଟେ ଗୁରୁବାର ଘଟିଥିଲା ଦୁର୍ଘଟଣା , ଶୁକ୍ରବାର ହୋଇଥିଲା ଚିହ୍ନଟ 4 ଦିନ ପୋଲିସ କାହିଁକି ମାରିଲା ଢିଲା ଯାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ? ରାଉରକେଲା ସରକାରୀ ହସପିଟାଲର ବ୍ୟବସ୍ଥାରେ ଅବହେଳାକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଥିବା ବେଳେ ଗତକାଲି ମଣିଷର ମୃତଦେକୁ କୁକୁର ଖାଉଥିବା ଭଳି ଘଟଣା ସମସ୍ତଙ୍କ ନଜରକୁ ଆସିଛି। ଯାହାକୁ ନେଇ ସାରା ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଦାୟିତ୍ବରେ ଅବହେଳା କରିଥିବା ବାବୁ ମାନଙ୍କ ବିରୋଧରେ ଲିଖିତ ଅଭିଯୋଗ ପରେ ବୁଝାସୁଝା କରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହୋଇଥିଲା ମୃତଦେହର ପଞ୍ଚନାମା ଓ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା ।

ସୁନ୍ଦରଗଡରୁ ହରିହର ଦାସମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.