ରାଉରକେଲା: ଭାରତ ସରକାରଙ୍କ କୌଶଳ ବିକାଶ ଓ ଦକ୍ଷତା ମନ୍ତ୍ରଣାଳୟ ଆନୁକୂଲ୍ୟରେ କୌଶଳ ପ୍ରଦର୍ଶନୀ ଓ ରୋଜଗାର ମେଳା ସୁନ୍ଦରଗଡ ଜିଲ୍ଲା ନିୟୋଜନ କାର୍ଯ଼୍ୟାଳୟରେ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲାର ଶତାଧିକ ଯୁବକଯୁବତୀ ରୋଜଗାର ଆଶାରେ ନାମ ପଞ୍ଜୀକୃତ କରିଛନ୍ତି ।
ଜିଲ୍ଲାରେ ଶିକ୍ଷିତ ବେକାରୀଙ୍କୁ ନିଯୁକ୍ତି ଦାବିରେ ରାଉରକେଲାରେ କୌଶଳ ବିକାଶ କାର୍ଯ୍ୟକ୍ରମ ଜରିଆରେ ଯୁବକଯୁବତୀଙ୍କୁ ଯୋଗ୍ୟତା ଅନୁସାରେ ଶିକ୍ଷା ତଥା ତାଲିମ ପ୍ରଦାନ କରାଯିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ଏହାସହ ଏହି ମେଳାକୁ ଆସିଥିବା ବେରୋଜଗାର ଏହି କାର୍ଯ୍ୟକ୍ରମ ଦ୍ବାରା ଉପକୃତ ହେବା ନେଇ ଆଶା ରଖିଛନ୍ତି । ସରକାରୀ ଚାକିରୀ ସଂଖ୍ୟା କମ ହେଉଥିବା ଯୋଗୁଁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏକ ମାଧ୍ୟମ ବୋଲି କୁହାଯାଉଛି ।
ଉଲ୍ଲେଖଯୋଗ୍ୟ ଯେ ଖଣିଖାଦାନ ତଥା କଳକରଖାନା ଥିବା ସୁନ୍ଦରଗଡ଼ ଜିଲ୍ଲାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳୁନାହିଁ । ବେକାରୀ ବୃଦ୍ଧି ପାଇବା ଯୋଗୁଁ ରୋଜଗାର ଆଶାରେ ଅନ୍ୟରାଜ୍ୟକୁ ପଳାୟନ କରୁଛନ୍ତି ରାଜ୍ୟର ଶିକ୍ଷିତ ଯୁବକଯୁବତୀ । ସରକାରୀ ଚାକରି ସଙ୍କୁଚିତ ଏହି ଭଳି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ କୋଶଳ ବିକାଶ ଯୋଜନା ଦ୍ବାରା ବେକାର ଯୁବକଯୁବତୀ ନିଯୁକ୍ତି ପାଇବେ ବୋଲି ଆଶା କରାଯାଉଛି।
ରାଉରକେଲାରୁ ରାଜେନ୍ଦ୍ର ନାଥ, ମିଶ୍ର, ଇଟିଭି ଭାରତ