ETV Bharat / city

ବନ୍ଦ ରହିଛି ସ୍କୁଲ ହେଲେ ଆଦାୟ ହେଉଛି ଫି, ଘଟଣାକୁ ପ୍ରତିବାଦ କଲେ ଅଭିଭାବକ ଓ ଛାତ୍ରଛାତ୍ରୀ - ବନ୍ଦ ରହିଛି ସ୍କୁଲ ହେଲେ ଆଦାୟ ହେଉଛି ଫି,

ସ୍କୁଲ ବନ୍ଦ ଥିଲେ ମଧ୍ୟ ଅଭିଭାବକଙ୍କ ଠାରୁ ଆଦାୟ ହେଉଛି ସ୍କୁଲ ଫି । ନଚେତ ଅନଲାଇନ କ୍ଲାସରେ ପିଲାମାନଙ୍କର ନାଁ କାଟି ଦିଆଯାଉଥିବା ଅଭିଯୋଗ । ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ପକ୍ଷରୁ ରାଉରକେଲାରେ ଥିବା ଏକ ଘରୋଇ ସ୍କୁଲ ସମ୍ମୁଖରେ ପ୍ରତିବାଦ ।

parents and students protest in rourkela for school fees
ବନ୍ଦ ରହିଛି ସ୍କୁଲ ହେଲେ ଆଦାୟ ହେଉଛି ଫି, ଘଟଣାକୁ ପ୍ରତିବାଦ କଲେ ଅଭିଭାବକ ଓ ଛାତ୍ରଛାତ୍ରୀ
author img

By

Published : Aug 17, 2020, 2:43 PM IST

ରାଉରକେଲା : କୋରୋନା ସଂକ୍ରମଣ ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରଖାଯାଇଛି । ବିଭିନ୍ନ ସ୍କୁଲରେ ଅନଲାଇନ କ୍ଲାସ ଚାଲିଥିବା ବେଳେ କେତେକ ଘରୋଇ ସ୍କୁଲ ମନମାନି କରୁଥିବା ଅଭିଯୋଗ ହେଉଛି । ଲକ ଡାଉନ ଯୋଗୁଁ ସମସ୍ତ କାମଧନ୍ଦା ବନ୍ଦ ଥିବାରୁ ଅଭିଭାବକ ମାନେ ଆର୍ଥିକ ସମସ୍ୟାରେ ରହିଛନ୍ତି। କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ ଫି ଛାଡ଼ କରୁ ନ ଥିବାବେଳେ ଫି କମ କରୁ ନ ଥିବା ଅଭିଯୋଗ କରିଛନ୍ତ ଅଭିଭାବକ ।

ବନ୍ଦ ରହିଛି ସ୍କୁଲ ହେଲେ ଆଦାୟ ହେଉଛି ଫି, ଘଟଣାକୁ ପ୍ରତିବାଦ କଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ଗୋଟିଏ ପଟେ, କୌଣସି କ୍ଲାସ ହେଉ ନଥିବା ବେଳେ କମ୍ପ୍ୟୁଟର ଫି ସହ ଅନ୍ୟାନ୍ୟ ଫି ମଧ୍ୟ ଯୋଡ଼ା ଯାଉଥିବା ଅଭିଯୋଗ ହେଉଛି । ସ୍କୁଲର ବାର୍ଷିକ ଫି ଦେବାକୁ ବାଧ୍ୟ କରାଯାଉଛି । ନହେଲେ ଅନଲାଇନ କ୍ଲାସରୁ ନାଁ କାଟି ଦିଆଯାଉଛି । ଏନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ପକ୍ଷରୁ ରାଉରକେଲାରେ ଥିବା ଏକ ଘରୋଇ ସ୍କୁଲ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା । ଗତ ବୁଧବାର ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସ୍କୁଲ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା । ସ୍କୁଲରେ ଶିକ୍ଷକଙ୍କୁ ଦରମା ଦେବା ସହ ଅନ୍ୟାନ୍ୟ ଖର୍ଚ୍ଚ ଥିବାରୁ ଫି ନେବାକୁ ପଡୁଛି ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି । ଏ ଦିଗରେ ପ୍ରଶାସନ ହସ୍ତକ୍ଷେପ କରି ଏହି ସମସ୍ୟାର ସମାଧାନ ପାଇଁ କିଛି ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।

ରାଉରକେଲାରୁ ରଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

For All Latest Updates

TAGGED:

school fees
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.