ETV Bharat / city

ପ୍ରଦୂଷଣ ରୋକିବାର ପ୍ରଥମ ପ୍ରୟାସ, ଉଦ୍‌ଘାଟିତ ହେଲା ସିଏନ୍‌ଜି ଷ୍ଟେସନ - ସିଏନ୍‌ଜି ଷ୍ଟେସନ

ପ୍ରଦୂଷଣ ରୋକିବା ପାଇଁ ଗୋଟିଏ ପାଦ ଆଗକୁ ବଢାଇଛି ରାଉରକେଲା ସହର । ଏନେଇ ପଶ୍ଚିମ ଓଡିଶାରେ ପ୍ରଥମ ଥର ପାଇଁ ଉଦ୍‌ଘାଟିତ ହୋଇଛି ସିଏନ୍‌ଜି ଷ୍ଟେସନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Mar 3, 2019, 10:08 PM IST

ରାଉରକେଲା: ପ୍ରଦୂଷଣ ରୋକିବା ପାଇଁ ଗୋଟିଏ ପାଦ ଆଗକୁ ବଢାଇଛି ରାଉରକେଲା ସହର । ଏନେଇ ପଶ୍ଚିମ ଓଡିଶାରେ ପ୍ରଥମ ଥର ପାଇଁ ଉଦ୍‌ଘାଟିତ ହୋଇଛି ସିଏନ୍‌ଜି ଷ୍ଟେସନ । ତେବେ ସ୍ଥାନୀୟ ଛେଣ୍ଡ୍‌ ପେଟ୍ରୋଲ ପମ୍ପରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଗେଲର ଅଫିସରମାନଙ୍କ ଉପସ୍ଥିତିରେ ଏହି ସିଏନ୍‌ଜି ଷ୍ଟେସନ୍‌ ଉଦ୍‌ଘାଟିତ ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସହରରେ ବର୍ତ୍ତମାନ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି ଗାଡି ଜନିତ ପ୍ରଦୂଷଣ । କାରଣ ଜନସଂଖ୍ୟା ସହ ବଢିବାରେ ଲାଗିଛି ଗାଡି ସଂଖ୍ୟା । ଫଳରେ ସମ ପରିମାଣରେ ବଢିବାରେ ଲାଗିଛି ପ୍ରଦୂଷଣର ମାତ୍ରା । ତେଣୁ ପ୍ରଦୂଷଣ ରୋକିବା ପାଇଁ ପେଟ୍ରୋଲ ଓ ଡିଜେଲ ପରିବର୍ତ୍ତେ ସିଏନ୍‌ଜିର ବ୍ୟବହାର ହେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ ଉପସ୍ଥିତି ନେତୃବୃନ୍ଦ ।

ଉଦ୍‌ଘାଟିତ ଏହି ସିଏନ୍‌ଜି ଷ୍ଟେସନ୍‌ରେ ଗାଡିସଂଖ୍ୟା ତଥା ଟ୍ରାଫିକକୁ ନଜରରେ ରଖି 20ରୁ 22 ହଜାର ଗାଡି ଗ୍ୟାସ ଫିଲିଙ୍ଗ କରିବାର ବ୍ୟବସ୍ଥା କରାଯାଇଛି । ଏଥିସହ ଆଗାମୀ ଦିନମାନଙ୍କରେ ଇସ୍ପାତ କାରଖାନା ଓ ଅନ୍ୟାନ୍ୟ କୋଇଲା ଚାଳିତ କାରଖାନାମାନଙ୍କୁ ମଧ୍ୟ ସିଏନ୍‌ଜି ପରିଚାଳିତ କରିବାର ବ୍ୟବସ୍ଥା କରାଯିବା ନେଇ ପ୍ରକାଶ ପାଇଛି । କେବଳ ସେତିକି ନୁହେଁ ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଭାଗରେ ଶୀଘ୍ର ଏହି ଷ୍ଟେସନ୍‌ ଆରମ୍ଭ କରାଯିବା ନେଇ ମଧ୍ୟ କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଥିଲା ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:Body:

ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପର ଉଦଘାଟନ

ସୁବର୍ଣ୍ଣପୁର: ଚାଷୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । କାରଣ ସେମାନଙ୍କ ଦୀର୍ଘ ଦିନର ଆଶା ଆକାଂକ୍ଷା ପୂରଣ ହୋଇଛି । ଚିର ମରୁଡି ପ୍ରପୀଡିତ ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଖମ୍ବେଶ୍ବରୀ ଅଞ୍ଚଳରେ ପ୍ରତିଷ୍ଠିତ ହୋଇଥିବା ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପର ଉଦଘାଟନ ହୋଇଛି । ଏଥିସହିତ ଜିଲ୍ଲାର କପାସିରା, ବଡାଲି, ଚଡେଇପଙ୍କ, ଡାଲଡୋବା, ସୁବଳୟା, ବାଗବର ଓ ଛତାପିପଲ ଆଦି ସ୍ଥାନରେ ମଧ୍ୟ ବୃହତ୍ ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

ଶନିବାର ଖମ୍ବେଶ୍ବରୀପାଲି ହାଟପଦାଠାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଜଳସେଚନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜଳସେଚନର ଉଦଘାଟନ କରିବା ସହ ଅନ୍ୟ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଥିଲେ ।

ଅଣଜଳସେଚିତ ଏହି ଅଞ୍ଚଳରେ ଉକ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାରୁ ପ୍ରାୟ 1600 ହେକ୍ଟର ଚାଷ ଜମିରେ ଜଳସେଚନ ହୋଇପାରିବ । ଚାଷୀମାନେ ଖରିଫ ଋତୁରେ ଧାନ ଫସଲ ସହ ରବି ଋତୁରେ ଡାଲି ଜାତୀୟ ଓ ତୈଳବୀଜ ଜାତୀୟ ଚାଷ କରି ନିଜ ଆମଦାନୀକୁ ଦ୍ବିଗୁଣିତ କରିପାରିବେ । ଜିଲ୍ଲାରେ ଏହି ପ୍ରକଳ୍ପ ଉଦଘାଟନ ହୋଇଥିବାରୁ ଚାଷୀଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.