ETV Bharat / city

ନୋବେଲ ଶାନ୍ତି ବିଜୟୀ ଟିମ୍‌ର ଓଡିଶା ଲିଙ୍କ୍‌ - Pranav Khaitan

ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇଥିବା ଡବ୍ଲୁଏଫପିର ଓଡିଶା ଲିଙ୍କ । ଅଧିକ ପଢନ୍ତୁ...

ନୋବେଲ ଶାନ୍ତି ବିଜୟୀ ଟିମ୍‌ର ଓଡିଶା ଲିଙ୍କ୍‌
ନୋବେଲ ଶାନ୍ତି ବିଜୟୀ ଟିମ୍‌ର ଓଡିଶା ଲିଙ୍କ୍‌
author img

By

Published : Oct 20, 2020, 2:50 PM IST

ରାଉରକେଲା: ଚଳିତ ବର୍ଷ ‘ୱାର୍ଲ୍ଡ ଫୁଡ୍‌ ପ୍ରୋଗ୍ରାମ’(ଡବ୍ଲୁଏଫପି)କୁ ମିଳିଛି ନୋବେଲ ଶାନ୍ତି ପୁରସ୍କାର । ଯାହା ଓଡିଶାକୁ କିଛି ମାତ୍ରାରେ ଗର୍ବିତ କରିଛି । କାରଣ ଏଥିରେ ଥିବା ଜଣେ ସଦସ୍ୟଙ୍କ ଓଡିଶା ଲିଙ୍କ ଥିବା ଜଣାପଡିଛି ।

ସଙ୍ଗଠନ ପରାମର୍ଶଦାତା ପରିଷଦର ସଦସ୍ୟ ତଥା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜିର ନେତୃତ୍ବ ନେଇଥିବା ପ୍ରଣବ ଖୈତାନଙ୍କର ଓଡିଶା ଲିଙ୍କ ଥିବା ଜଣାପଡିଛନ୍ତି । ସେ ଇସ୍ପାତ ନଗରୀ ରାଉରକେଲାରେ ରହିଥିବା ସୂଚନା ମିଳିଛି ।

ଯେକି ସଙ୍ଗଠନର କାର୍ଯ୍ୟଧାରା ଓ କାର୍ଯ୍ୟକ୍ରମରେ ପ୍ରତ୍ୟେକ୍ଷ ଭାବେ ଯୋଡି ହୋଇଥିବା ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜିର ନେତୃତ୍ବ ନେଇଥିଲେ । ଯାହାକି ଡବ୍ଲୁଏଫପିକୁ ବିଶ୍ବର ଏହି ସମ୍ମାନ ଜନକ ପୁରସ୍କାର ମିଳିପାରିବାରେ ଅଧିକ ସହାୟକ ହୋଇଛି ବୋଲି କୁହାଯାଉଛି ।

ଏପରିକି ସଙ୍ଗଠନର ଏହି ସଫଳତା ପାଇଁ ପ୍ରଣବଙ୍କୁ ସଙ୍ଗଠନ ପକ୍ଷରୁ ସମ୍ମାନିତ କରାଯାଇଛି । ତେବେ ସେ ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜିର ନେତୃତ୍ବ ନେଇ ନିଜ କାର୍ଯ୍ୟକୁ ଆଗେଇ ଚାଲିଛନ୍ତି । ଯାହା ବିଶ୍ବର ଅନେକ ଲୋକଙ୍କୁ କ୍ଷୁଧା ମୁକ୍ତ କରିପାରୁଛି ।

ତେବେ ପ୍ରଣବ ରାଉରକେଲାରେ ଜନ୍ମଗ୍ରହଣ କରିଥିବାବେଳେ ତାଙ୍କ ପିତାମାତା ପଶ୍ଚିମବଙ୍ଗର କୋଲକାତାରେ ରହୁଛନ୍ତି । ତାଙ୍କ ପିତା ପୱନ ଖୈତାନ ଚାଟାର୍ଡା ଆକାଉଟାଣ୍ଟ ହୋଇଥିବାବେଳେ ମାତା ଉଷା ଦେବୀଙ୍କ ଘର ରାଉରକେଲା । ସେହିପରି ତାଙ୍କ ଭାଇ ପରାସ ଆଇଆଇଟି ଖଡଗପୁରରୁ ଉଭୟ ଇଞ୍ଜିନିୟରିଂ ଓ ବିଜନେସ ଆଡମିନିଷ୍ଟ୍ରେସନରେ ଡିଗ୍ରି ହାସଲ କରିଛନ୍ତି ।

ଅନ୍ୟପଟେ ପ୍ରଣବ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ ଟେକନୋଲୋଜି (ଏନଆଇଟି)ରାଉରକେଲାରୁ 2009ରେ କମ୍ପୁଟର ସାଇନ୍ସ ଓ ଇଞ୍ଜିନିୟରିଂ କରିଛନ୍ତି । ଏହାପରେ ସେ ଷ୍ଟାଣ୍ଡଫର ବିଶ୍ବବିଦ୍ୟାଳୟ ୟୁଏସରେ ସେ ମାଷ୍ଟର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.