ETV Bharat / city

ରାଉରକେଲାରେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗର 5 ଜଣିଆ ଟିମ - ରାଉରକେଲା

ରାଉରକେଲା ଇସ୍ପାତ କାରଖାନା ତଥା ମନ୍ଦିରା ଡ୍ୟାମ ନିର୍ମାଣ ସମୟରେ ବିସ୍ଥାପିତ ଲୋକଙ୍କୁ ଚାକିରୀ ପ୍ରଦାନରେ ଅନିୟମିତା ଘଟଣାରେ ତଦନ୍ତ ଆରମ୍ଭ କରିଛି ଜାତୀୟ ଅନୁସୂଚିତ ଜନଜାତୀୟ ଆୟୋଗ । ଆୟୋଗର ଏକ 5 ଜଣିଆ ଟିମ୍ ରାଉରକେଲା ଗସ୍ତରେ ଆସି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Jun 29, 2019, 6:23 AM IST

ରାଉରକେଲା: ମନ୍ଦିରା ଡ୍ୟାମ ନିର୍ମାଣ ସମୟରେ ବିସ୍ଥାପିତଙ୍କୁ ଚାକିରୀ ପ୍ରଦାନରେ ଘଟଣାରେ ସରଜମିନ ତଦନ୍ତ ଆରମ୍ଭ କରିଛି ଜାତୀୟ ଅନୁସୂଚିତ ଜନଜାତି ଆୟୋଗର 5 ଜଣିଆ ଟିମ। ଆୟୋଗର ଉପାଧ୍ୟକ୍ଷ ଅନୁସୁଇଆ ଉଇକେଙ୍କ ନେତୃତ୍ୱରେ ଏହି ଟିମ ରାଉରକେଲା ଗସ୍ତରେ ଆସିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଶୁକ୍ରବାର ଏହି ଇସ୍ପାତ କାରଖାନର ଅଫିସର ମାନଙ୍କୁ ପଚରା ଉଚରା କରିବା ସହ କାଗଜପତ୍ର ଯାଞ୍ଚ କରିଥିଲା । 1098 ଜଣଙ୍କୁ ଚାକିରୀ ଦେବା ପାଇଁ ବୁଝାମଣା ହୋଇଥିଲା। ପ୍ରଶାସନ ନିଯୁକ୍ତି ଦେଇଛି, କିନ୍ତୁ ସେଥିରେ ବାହାର ଲୋକଙ୍କୁ ମଧ୍ୟ ନିଯୁକ୍ତି ମିଳିଛି । ଯାହାର ତଦନ୍ତ କରିଛି ଟିମ୍ । ଏଥିସହ ଜିଲ୍ଲା ପ୍ରଶାସନ 163 ଲୋକଙ୍କୁ ଚାକିରୀ ପାଇଁ ଲେଖିବା ସତ୍ତ୍ୱେ କାହିଁକି ଚାକରି ପ୍ରଦାନ କରାଯାଇ ନାହିଁ ତାକୁ ନେଇ ମଧ୍ୟ ତଦନ୍ତ କରିଛି ଟିମ୍ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:Body:

q

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.