ରାଉରକେଲା: ନାତିର ଠେଙ୍ଗା ମାଡରେ ଅଜାର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ଚାୟାଝରନ୍ ଗାଁରେ । ମୃତକ ସେହି ଗାଁର ଚୟା ଓରାମ ।
ମିଳିଥିବା ଖବର ଅନୁଯାୟୀ, ସନ୍ନ୍ୟାସୀ ଓରାମ ଓରଫ ସୁରଜ ଘରୋଇ ବିବାଦକୁ ନେଇ ଅଜା ଚୟା ଓରାମ ସହ କଳି କରିଥିଲା । ଏହା ପରେ କବାଟରେ ଲାଗିଥିବା କାଠ ଫାଳରେ ସୁରଜ ତା' ଅଜାକୁ ପିଟିପିଟି ହତ୍ୟା କରିଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆଇପିସି ଧାରା 302ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ