ରାଉରକେଲା: ଗୁରୁଣ୍ଡିଆ ଥାନା ଅଞ୍ଚଳରେ ମହିଳାର ଧାରୁଆ ଅସ୍ତ୍ର ଆକ୍ରମଣରେ ସ୍ବାମୀର ମୃତ୍ୟୁ ହୋଇଛି । ତିରଲକୁଚ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ ଗଣ୍ଡୁଆ ମହାଳି (58) ନାମକ ଜଣେ ବ୍ୟକ୍ତି ଘରେ ଖାଇବା ନେଇ ତାର ସ୍ତ୍ରୀ ବିରାସ ମହାଳି ସହିତ ମାର ପିଟ କରୁଥିଲା ।
ଏହି ସମୟରେ ସ୍ତ୍ରୀ ଏକ ଧାରୁଆ ଅସ୍ତ୍ର ଦ୍ବାରା ସ୍ବାମୀ ବିରାସକୁ ଆକ୍ରମଣ କରିଥିଲା । ଫଳରେ ଗଣ୍ଡୁଆର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ହତ୍ୟାରେ ବ୍ୟବହୃତ ଅସ୍ତ୍ରକୁ ଜବତ କରିଛି । ହତ୍ୟାକାରୀ ମହିଳାକୁ ମଧ୍ୟ ପୋଲିସ ଗିରଫ କରି ପଚରାଉଚୁରା ଜାରି ରଖିଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ