ରାଉରକେଲା: ଗୁଜରାଟର ବଦୋଦରାରେ ଜିଲ୍ଲାରୁ 9 ଜଣ ଆଦିବାସୀ ପ୍ରବାସୀ ଶ୍ରମିକ ନିଜେ ଭଡା ଖର୍ଚ୍ଚ କରି ସୁନ୍ଦରଗଡ଼ ଜିଲ୍ଲାରେ ପହଞ୍ଚିଛନ୍ତି । ଗୋଟିଏ ଗାଡିରେ 9 ଜଣ ଆସିଛନ୍ତି । ତଥା ପ୍ରତି ଯାତ୍ରୀ ଏମାନଙ୍କୁ 9 ହଜ଼ାର ତାଙ୍କ ଦେବାକୁ ପଡିଥିଲା ।
ରାଜ୍ୟ ସରକାର ଗୁଜରାଟରୁ ପ୍ରବାସୀ ଶ୍ରମିକମାନଙ୍କ ଆଣିବା ପାଇଁ ଆଗ ବସ ବ୍ୟବସ୍ଥା କରିଥିଲେ ପରେ ଟ୍ରେନରେ ଫେରାନ୍ତଙ୍କ ଭଡା ସରକାର ବହନ କରିବେ ବୋଲି କୁହାଯାଇଥିଲା କିନ୍ତୁ ଏହି ସୁବିଧାରୁ ଏହି ଆଦିବାସୀ ଶ୍ରମିକ ବଞ୍ଚିତ ହୋଇଥିବା କୁହଯାଉଛି । ଏହି 9 ଜଣଙ୍କୁ ଖୁଟଗାଁ କ୍ବାରେଣ୍ଟାଇନ କେନ୍ଦ୍ରରେ ରଖାଯାଇଛି।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ