ରାଉରକେଲା: ଶୁକ୍ରବାର ରାତି 9ଟାରୁ ରାଉରକେଲାରେ ଲକଡାଉନ ଲାଗୁ ହୋଇଛି । ତେଣୁ ଜନସାଧାରଣମାନଙ୍କୁ ଲକଡାଉନ ନିୟମ ମାନିବା ପାଇଁ ଆରଏମସି କମିଶନର ଦିବ୍ୟଜ୍ୟୋତି ପରିଡା ଅନୁରୋଧ କରିଛନ୍ତି ।
ଅତ୍ୟାବଶ୍ୟକ କାମ ନ ଥିଲେ ଲାକଡାଉନ ସମୟରେ ଘରୁ ନ ବାହାରିବା ପାଇଁ କମିଶନର କହିଛନ୍ତି । ଲୋକମାନେ ଲକଡାଉନ ନିୟମ ପାଳନ କରି ଘରୁ ନ ବାହାରିଲେ କୋରୋନା ମୁକାବିଲାରେ ଆମେ ସମର୍ଥ ହେବୁ ବୋଲି ସେ ଆଶା ପ୍ରକଟ କରିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଘରୁ ଯାଇ ପାରିବେ କିନ୍ତୁ ଅନାବଶ୍ୟକ ଭାବରେ ଘରୁ ନ ବାହାରିବା ପାଇଁ ଅନୁରୋଧ କରିଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ