ETV Bharat / city

କୁଆଁରମୁଣ୍ଡା ଡକାୟତି ଘଟଣା: 2 ଗିରଫ, ପିସ୍ତଲ ଓ ଟଙ୍କା ଜବତ

କୁଆଁରମୁଣ୍ଡା ଡକାୟତି ଘଟଣାରେ ବୀରମିତ୍ରପୁର ପୋଲିସ ଦୁଇଜଣ ଡକାୟତଙ୍କୁ ଗିରଫ କରିଛି ।

author img

By

Published : Dec 11, 2019, 8:54 AM IST

Updated : Dec 11, 2019, 2:41 PM IST

rourkela
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: କୁଆଁରମୁଣ୍ଡା ଡକାୟତି ଘଟଣାରେ ବୀରମିତ୍ରପୁର ପୋଲିସ ଦୁଇଜଣ ଡକାୟତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ବୀରମିତ୍ରପୁରର ପିଣ୍ଟୁ ସାହୁ ଏବଂ ଝୁରମୁର୍‌ର ସାମୁଏଲ ଏକ୍କା, କୁଅଁରମୁଣ୍ଡର ନୀତିଶ ମିଶ୍ର ଏବଂ ମହମ୍ମଦ ତାରିକ ସଲିମ ବୋଲି ଜଣାପଡିଛି । ସେମାନଙ୍କ ଠାରୁ 2ଟି ପିସ୍ତଲ, ଦୁଇଟି ଗୁଳି ଓ ନଗଦ 4 ଲକ୍ଷ ଟଙ୍କା ସହିତ ଡକାୟତିରେ ବ୍ୟବହୃତ ଦୁଇଟି ବାଇକ ଜବତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ପୂର୍ବରୁ ଡକାୟତିରେ ସହଯୋଗ କରିବା ଅଭିଯୋଗରେ ଜଣେ ହୋମଗାର୍ଡଙ୍କ ସମେତ ଦୁଇଜଣଙ୍କୁ ଗିରଫ କରିଥିଲେ । ଏହି ଡକାୟତିରେ ସମ୍ପୃକ୍ତ ଅନ୍ୟ ଦୁଇଜଣଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ।

ସୂଚନାଯୋଗ୍ୟ, ଗତ ଅକ୍ଟୋବର 15 ତାରିଖରେ ଏକ ଘରୋଇ ବ୍ୟାଙ୍କରୁ ଟଙ୍କା ନେଇ କୁଆଁରମୁଣ୍ଡା ବ୍ଲକ କାର୍ଯ୍ୟାଳୟକୁ ଭତ୍ତା ବଣ୍ଟନ କରିବାକୁ ଯିବା ସମୟରେ ଡକାୟତି କରାଯାଇଥିଲା । ଡକାୟତମାନେ ପ୍ରଥମେ ଗାଡି ଉପରକୁ ଗୁଳିଚାଳନା କରିବା ସହ 11 ଲକ୍ଷ ଟଙ୍କା ବନ୍ଧୁକ ମୁନରେ ଲୁଟି ନେଇଥିଲେ । ଏହି ଘଟଣାରେ ଗାଡିରେ ଥିବା ସୁରକ୍ଷାକର୍ମୀ ଆହତ ହୋଇଥିଲେ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା ନିକଟ କୁଆରମୁଣ୍ଡା ରେ ଗତ ଅକ୍ଟୋବର 15 ତାରିଖ ଦିନ ହୋଇଥିବା 11 ଲକ୍ଷ ଟଙ୍କା ଡକାୟତି ଘଟଣାରେ ବିରମିତ୍ରପୁର ପୋଲିସ ଦୁଇଜଣ ଡକାୟତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ 2 ଟି ପିସ୍ତଲ , ଦୁଇଟି ଗୁଳି , ନଗଦ 4 ଲକ୍ଷ ଟଙ୍କା , ଡକାୟତିରେ ବ୍ୟବହୃତ ଦୁଇଟି ବାଇକ ଜବତ କରିଛନ୍ତି ।

Body:ଏହି ଡକାୟତିରେ ସମ୍ପୃକ୍ତ ଅନ୍ୟ ଦୁଇଜଣଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ।ପୂର୍ବରୁ ପୋଲିସ ଡକାୟତିରେ ସହଯୋଗ କରିବା ଅଭିଯୋଗରେ ଜଣେ ହୋମଗାର୍ଡ ଙ୍କ ସମେତ ଦୁଇଜଣଙ୍କୁ ଗିରଫ କରିଥିଲେ ।

Conclusion:ସୂଚନା ଯୋଗ୍ୟଯେ ଗତ ଅକ୍ଟୋବର 15 ତାରିଖରେ କୁଆରମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଭତ୍ତା ବଣ୍ଟନ କରିବାକୁ ଏକ ବୋଲେରୋ ରେ ଟଙ୍କା ରରକେଲର ଏକ ଘରୋଇ ବ୍ୟାଙ୍କ ରୁ ଯାଉଥିବା ବେଳେ ଡକାୟତ ମାନେ ଗାଡି ଉପରେ ପ୍ରଥମେ ଗୁଳି ଚାଳନା କରି ଗାଡି ଅଟକାଇ ଥିଲେ ଏବଂ ବନ୍ଧୁକ ମୁନରେ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ । ଗାଡ଼ିରେ ଥିବା ସୁରକ୍ଷା କର୍ମୀ ମଧ୍ୟ ଏହି ଘଟଣାରେ ଆହତ ହୋଇଥିଲେ ।
Last Updated : Dec 11, 2019, 2:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.