ETV Bharat / city

ଦାଉ ସାଧୁଛି ମହାମାରୀ: କଳକାରଖାନା ଠପ୍, ଉତ୍ପାଦନ ହ୍ରାସ - କୋରୋନା ମହାମାରୀ

କୋରୋନା ମହାମାରୀ ପାଇଁ ସବୁକିଛି ଉଜୁଡି ଯାଇଛି । ଲକଡାଉନ ଆଉ ସଟଡାଉନ ସବୁ କିଛି ବନ୍ଦ ହୋଇପଡିଛି । କିଏ ଚାକିରୀ ହରାଇ ପରିବା ବିକୁଛି ତ କାହାର ପାଠ ପଢା ସ୍ବପ୍ନ ବି ଅଧାରେ ଅଟକି ରହିଛି । ସେହିପରି ବେଶି ପ୍ରଭାବିତ ହୋଇଛି କଳକାରଖାନା କାମ...

ଦାଉ ସାଧୁଛି ମହାମାରୀ: କଳକାରଖାନା ଠପ୍, ଉତ୍ପାଦନ ହ୍ରାସ

author img

By

Published : Aug 2, 2020, 11:00 PM IST

ରାଉରକେଲା: କୋରୋନା ମହାମାରୀ ପାଇଁ ସବୁକିଛି ଉଜୁଡି ଯାଇଛି । ଲକଡାଉନ ଆଉ ସଟଡାଉନ ସବୁ କିଛି ବନ୍ଦ ହୋଇପଡିଛି । କିଏ ଚାକିରୀ ହରାଇ ପରିବା ବିକୁଛି ତ କାହାର ପାଠ ପଢା ସ୍ବପ୍ନ ବି ଅଧାରେ ଅଟକି ରହିଛି । ଏହାରି ଭିତରେ ରାଉରକେଲାରୁ ଏକ ଦୟନୀୟ ଚିତ୍ର ସାମ୍ନାକୁ ଆସିଛି। ଲକଡାଉନ ଓ ସଟଡାଉନର ପ୍ରଭାବ ଏଠାରେ ଥିବା କଳ କାରଖାନା ଉପରେ ପଡିଛି।

ଦାଉ ସାଧୁଛି ମହାମାରୀ: କଳକାରଖାନା ଠପ୍, ଉତ୍ପାଦନ ହ୍ରାସ

କଳୁଙ୍ଗା ଇଣ୍ଡଷ୍ଟ୍ରିଆଲ ଏରିଆ । ଏଠାରେ ଥିବା ଏହି କାରଖାନା ଗୁଡିକର ଦୃଶ୍ୟ ଟିକିଏ ଭଲ କରି ଦେଖନ୍ତୁ । ଏହାଏକ ପାଣି ଟାଙ୍କି ନିର୍ମାଣ କାରଖାନା। ସଟଡାଉନ ସମୟରେ କୋରୋନା କଟକଣାକୁ ବେଶ କଡାକଡି କରାଯାଇଛି । ଏମିତିକି ସଂକ୍ରମଣରୁ ବଞ୍ଚିବା ପାଇଁ ବାରମ୍ବାର ହାତ ଧୋଇବା ସହ ହାତ ମଧ୍ୟ ସାନିଟାଇଜ କରିବା ଜରୁରୀ । ଆଉ ଏଥିପାଇଁ ଟାଙ୍କିର ମଧ୍ୟ ଚାହିଦା ବଢିଛି । ମାତ୍ର କାମ କରିବାକୁ କାରିଗର ମିଳୁନାହାଁନ୍ତି । ଏହାସହ କଳ କାରଖାନାରେ ଅନ୍ୟ ସମସ୍ୟା ମଧ୍ୟ ରହିଛି। ତେବେ ଶୁଣନ୍ତୁ କଣ କହୁଛନ୍ତି କାରଖାନା ମାଲିକ ।

ସେହିଭଳି ଆଲୁମିନିୟମ କାରଖାନାର ଉପରେ ମଧ୍ୟ କୋରୋନାର ଜୋରଦାର ପ୍ରଭାବ ଦେଖିବାକୁ ମିଳିଛି । ଧନୀ ଠାରୁ ଗରିବ ସମସ୍ତଙ୍କୁ ଲୋଡା ବାସନ କୁସନ । ହେଲେ କ୍ୟାଟେରିଂ ବ୍ୟବସ୍ଥା ବନ୍ଦ ରହିବାରୁ ନା ବାସନ ବିକ୍ରୀ ହେଉଛି ନା ସହରକୁ ଅର୍ଡର ଯାଇପାରୁଛି । ଯାହାଫଳରେ ବେପାର ପୁରା ମାନ୍ଦା। ଅନ୍ୟପଟେ ଜିଲ୍ଲା ଓ ସହରରେ ଥିବା ସ୍ପଞ୍ଜ କାରଖାନା ଏକ ପ୍ରମୁଖ ଉଦ୍ୟୋଗ। ମାତ୍ର କୋରୋନା ପାଇଁ ସବୁ କିଛି ଓଲଟପାଲଟ। ସଂକ୍ରମଣରୁ ବଞ୍ଚିବା ସହ ନିଜ ଜୀବନ ଓ ଜୀବିକା ବଞ୍ଚାଇବାକୁ ଯାଇ ସାମାଜିକ ଦୂରତ୍ବ ପାଳନ ହେଉଛି ସତ ହେଲେ ମନରେ ଭୟ କିନ୍ତୁ ରହିଛି । ଯାହା ଫଳରେ ଉତ୍ପାଦନ କମ ହେଉଛି।

କୋରୋନା କାଳରେ ଏବେ ବୋଝ ଉପରେ ନଳିତା ବିଡା ହୋଇଛି କଳକାରଖାନାର ସମସ୍ୟା । ଉତ୍ପାଦନ କମୁଛି କମ ଶ୍ରମିକରେ କାମ ହେଉଛି । ସବୁ ସାମଗ୍ରୀର ଚାହିଦା ଓ ଆବଶ୍ୟକ ରହିଥିବା ବେଳେ ପରିସ୍ଥିତି କିନ୍ତୁ ସାଥ ଦଉନି । ଏମିତି କାଳେ ସରକାର ଓ ପ୍ରଶାସନ ଆଗେଇ ଆସିବା ଦରକାର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.