ETV Bharat / city

ମୁଣ୍ଡରେ ବ୍ୟାଣ୍ଡେଜ ବାନ୍ଧି ଆଇଜିଏଚ ଡାକ୍ତରଙ୍କ ପ୍ରତିବାଦ

author img

By

Published : Jun 14, 2019, 7:19 PM IST

ପଶ୍ଚିମବଙ୍ଗରେ ରୋଗୀଙ୍କ ପରିବାର ଲୋକ ଡାକ୍ତରକୁ ନିସ୍ତୁକ ମାଡ଼ ମାରିବା ଘଟଣାରେ ରାଉରକେଲା ଆଇଜିଏଚରେ ଅଭିନବ ଭାବରେ ପିଜି ଡାକ୍ତର ମାନେ ମଧ୍ୟ ପ୍ରତିବାଦ କରିଥିଲେ । ମୁଣ୍ଡରେ ବ୍ୟାଣ୍ଡେଜ ବାନ୍ଧି ପ୍ରତିବାଦ କରିଛନ୍ତି ଡାକ୍ତର ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ରାଉରକେଲା

ରାଉରକେଲା: ପଶ୍ଚିମବଙ୍ଗରେ ରୋଗୀଙ୍କ ପରିବାର ଡାକ୍ତରକୁ ନିସ୍ତୁକ ମାଡ଼ ମାରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଡାକ୍ତରକୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ଭାବରେ ବିଫଳ ହୋଇ ଥିବାରୁ ଡାକ୍ତର ମାନେ ଦେଶବ୍ୟାପୀ ପ୍ରତିବାଦ କରିବା ସହିତ ସୁରକ୍ଷା ଦାବି କରିଥିଲେ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ରାଉରକେଲା

ଏନେଇ ରାଉରକେଲା ଆଇଜିଏଚରେ ଅଭିନବ ଭାବରେ ପିଜି ଡାକ୍ତର ମାନେ ମଧ୍ୟ ପ୍ରତିବାଦ କରିଥିଲେ । ଡାକ୍ତର ମାନେ ବହୁତ ସଂଖ୍ୟାରେ ଏକତ୍ରିତ ହେବା ସମୟରେ ମୁଣ୍ଡରେ ବ୍ୟାଣ୍ଡେଜ ବାନ୍ଧି ପ୍ରତିବାଦ କରିଥିଲେ। ସେମାନଙ୍କ କହିବାର ଥିଲା ଯେ ଡାକ୍ତର ମାନେ ତାଙ୍କ ସ୍ତରରେ ରୋଗୀକୁ ଭଲ ଚିକିତ୍ସା ଦେବା ପାଇଁ ପ୍ରୟାସ କରନ୍ତି । କିନ୍ତୁ ବହୁ ପ୍ରୟାସ ସତ୍ତ୍ୱେ ଅଧିକାଂଶ ପ୍ରାଣ ହରାଇଥାନ୍ତି । ତା’ ପାଇଁ ଡାକ୍ତରକୁ ଦାୟୀ କରିବା ଉଚିତ ନୁହେଁ ନଚେତ ଆଗକୁ ମାଡ଼ ଭୟରେ ଡାକ୍ତର ମାନେ ରୋଗୀକୁ ଚିକିତ୍ସା କରିବା ପରିବର୍ତ୍ତେ ଅନ୍ୟତ୍ର ଚିକିତ୍ସା ପାଇଁ ପଠାଇବାକୁ କହିବେ ।

ଏଭଳି ପରିସ୍ଥିତିରେ ଡାକ୍ତରଙ୍କ ସୁରକ୍ଷା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି । ଏଥିସହିତ ଡାକ୍ତର ମାନଙ୍କ ଉପରେ ହମଲା କରିଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦରକାର ବୋଲି କହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:Body:

dhdhd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.