ETV Bharat / city

ହାଇଦ୍ରାବାଦ ଲଜ୍ଜା: ଦୁର୍ଗା ବାହିନୀ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

author img

By

Published : Dec 1, 2019, 9:53 PM IST

ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣାରେ ଦିନକୁ ଦିନ ତେଜିବାରେ ଲାଗିଛି ଜନ ଆନ୍ଦୋଳନ । ଯାହାକୁ ନେଇ ରାଉରକେଲାର ଦୁର୍ଗା ବାହିନୀ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଉଛି । ଅଧିକ ପଢନ୍ତୁ...

rape protest
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ଦିନକୁ ଦିନ ଦୁଷ୍କର୍ମ ଏକ ସାମାଜିକ ବ୍ୟାଧି ରୂପେ ବ୍ୟାପିବାକୁ ଲାଗିଲାଣି । ଯାହାକୁ ନେଇ ନିଜ ଦେଶରେ ନାରୀ ମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ନିକଟରେ ହାଇଦ୍ରାବାଦରେ ଜଣେ ମହିଳା ପଶୁ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ପୋଡି ମାରିଦେବା ଘଟଣା ଏବେ ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ଯାହାକୁ ନେଇ ପୀଡିତାଙ୍କୁ ନ୍ୟାୟ ଦେବାପାଇଁ ଚାରିଆଡେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଏହି ପରିପ୍ରେକ୍ଷୀରେ ରାଉରକେଲାର ବିଶ୍ରା ଛକରେ ଶକ୍ତି ବାହିନୀ ପକ୍ଷରୁ ମହିଳା ଡାକ୍ତରଙ୍କ ପ୍ରତି ହୋଇଥିବା ଅମାନୁଷିକ ଅତ୍ୟାଚାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ପାଇଁ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ସହ ମୃତାଙ୍କ ଆତ୍ମାର ସଦଗତି ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା ।

ତେବେ ଘଟଣାରେ ମହିଳା ମାନେ ଅଭିଯୋଗ ଆଣି କହିଛନ୍ତି ଯେ, ସରକାର ଗାଡିର କାଗଜ ତଥା ହେଲମେଟ ପାଇଁ ଏତେ ବଡ଼ ଦଣ୍ଡ ନିର୍ଦ୍ଧାରଣ କରୁଛନ୍ତି ହେଲେ ମହିଳା ମାନଙ୍କୁ ନେଇ ଏତେ ବେପରୁଆ ମନୋଭାବ କ'ଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ବିଶ୍ରା ଛକ ରେ ଦୁର୍ଗା ବାହିନୀ ତରଫରୁ ହାଇଦ୍ରାବାଦ ରେ ମହିଳା ଡାକ୍ତର ପ୍ରତି ହୋଇ ଥିବା ଅମାନୁଷିକ ଅତ୍ୟାଚାର ବିରୋଧ ରେ ବିକ୍ଷୋଭ ପ୍ରଦର୍ଶନ କର ଯାଇ ଥିଲା। ମହିଳା ମାନଙ୍କ ଅଭିଯୋଗ ଥିଲା କି ଏହି ଭଳି ଘଟଣା ରେ ତୁରନ୍ତ ମୃତ୍ୟଦଣ୍ଡ ଦେଲେ ଏହି ଭଳି ଘଟଣା ପାଇଁ କିଏ ହେଲେ ସାହସ କରିବେ ନାହିଁ। ସରକାର ଗାଡି ର କାଗଜ ତଥା ହେଲମେଟ ପାଇଁ ଏତେ ବଡ଼ ଦଣ୍ଡ ନିର୍ଦ୍ଧାରଣ କରୁଛନ୍ତି ହେଲେ ମହିଳା ମାନଙ୍କ ନେଇ କହଁ କଁ ପାଇଁ।

।Body:ସେହି ଭଳି ଶକ୍ତି ବାହିନୀ ତରଫରୁ ମହିଳା ଡାକ୍ତର ପ୍ରତି ହୋଇଥିବା ଅମାନୁଷିକ ଅତ୍ୟାଚାର ଦୃଢ଼ ପ୍ରତିବାଦ ସହ ବଳାତ୍କାରୀ ଙ୍କୁ ଫାଶୀ ଦେବା ପାଇଁ ଶାନ୍ତିପୂର୍ଣ୍ଣ ପ୍ରତିବାଦ କର ଯାଇ ଥିଲା ପ୍ରିୟଙ୍କା ର ଆତ୍ମା ର ସଦଗଦି ପାଇଁ କ୍ଯାଣ୍ଡେଲ ଶୋଭାଯାତ୍ରା ହୋଇଥିଲାConclusion:ଏହି କାର୍ଯ୍ୟକ୍ରମ ରେ ମହିଳା ମାନେ ବହୁତ ସଂଖ୍ୟା ରେ ଭାଗ ନେଇ ଥିଲେ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.