ଭୁବନେଶ୍ବର: ଚାରିଆଡେ ମହାମାରୀ କୋରୋନାର ଆତଙ୍କ । ତେବେ ଏହି ସମୟରେ ସୁରକ୍ଷିତ ଭାବେ ଘରେ ବସି ଅର୍ଡର ଦିଅନ୍ତୁ ମାଛ, ମାଂସ ଓ ଅଣ୍ଡା । ଏନେଇ ସ୍ଵତନ୍ତ୍ର ପଦକ୍ଷେପ ନେଇଛନ୍ତି ସରକାର । ଓପଲଫେଡ ଓ ଚିଲିକା ଫ୍ରେସ ଜରିଆରେ ଯୋଗାଇ ଦିଆଯିବ ଏହି ସାମଗ୍ରୀ । ଓଡିଶା ସରକାରଙ୍କ ସାପ୍ତାହିକ ସଟଡାଉନ ସମୟରେ ଘରେ ବସି କଲ୍ ଜରିଆରେ ଅର୍ଡର ଦେଇପାରିବେ ରାଜଧାନୀ ବାସିନ୍ଦା।
ଏନେଇ ସ୍ଵତନ୍ତ୍ର ନମ୍ବର ବି ପ୍ରଦାନ କରାଯାଇଛି । ଆଗକୁ ରଜ ଆସୁଥିବାରୁ ଆମିଷ ଖାଇବା ନେଇ ଚିନ୍ତାରେ ପଡିଥିବା ରାଜଧାନୀ ବାସୀଙ୍କୁ ଏହା ବେଶ ସହାୟକ ହେବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ