ETV Bharat / city

ମନ୍ତ୍ରୀପଦ ମିଳିବା ନମିଳିବା ପ୍ରଧାନମନ୍ତ୍ରୀଙ୍କ ଉପରେ ନିର୍ଭରଶୀଳ: ଜୁଏଲ ଓରାମ - ex union minister

ମନ୍ତ୍ରୀପଦ କାହାକୁ ମିଳିବ କିମ୍ବା ନମିଳିବ ତାହା ପ୍ରଧାନମନ୍ତ୍ରୀଙ୍କ ଉପରେ ନିର୍ଭରଶୀଳ ବୋଲି ସମ୍ବର୍ଦ୍ଧନା ସଭାରେ ଯୋଗଦେବା ଅବସରରେ କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Jun 12, 2019, 1:06 PM IST

ରାଉରକେଲା: ଚଳିତ ଲୋକସଭା ନିର୍ବାଚନ ସରିବା ପରେ ରାଉରକେଲାରେ ପହଞ୍ଚିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ । ଏହି ଅବସରରେ ତାଙ୍କୁ ପାନପୋଷ ଛକରୁ ଦଳୀୟ କର୍ମକର୍ତ୍ତା ଏକ ଶୋଭାଯାତ୍ରା ଜରିଆରେ ସ୍ବାଗତ କରି ସ୍ଥାନୀୟ ଭଞ୍ଜଭବନରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆଣିଥିଲେ । ଏହା ପରେ ତାଙ୍କୁ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସ୍ବାଗତ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଜୁଏଲ କହିଛନ୍ତି କେନ୍ଦ୍ରରେ ମନ୍ତ୍ରୀ ପଦ ପାଇବା ପାଇଁ ତାଙ୍କର ଆଶା ଥିଲା । ମାତ୍ର ଏହା ନମିଳିବାରୁ ସେ ଦୁଃଖିତ ହେବା ସହ ପତ୍ନୀଙ୍କ ଅନୁରୋଧ ରକ୍ଷା କରି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ଯାଇନଥିବା କହିଥିଲେ । ମନ୍ତ୍ରୀପଦ କାହକୁ ମିଳିବା କିମ୍ବା ନ ମିଳିବ ତାହା ପ୍ରଧାନମନ୍ତ୍ରୀଙ୍କ ଉପରେ ନିର୍ଭରଶୀଳ । ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପାଇଁ ତାଙ୍କ ଠାରୁ ଯୋଗ୍ୟ ବ୍ୟକ୍ତି ଅଛନ୍ତି ବୋଲି ସେ ଜଣାଇଛନ୍ତି।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ରାଉରକେଲା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନ ସୁନ୍ଦରଗଡ଼ ଲୋକସଭା ସାଂସଦ ଜୁଏଲ ଓରାମ ଆଜି ରାଉରକେଲା ପହଞ୍ଚିଛନ୍ତି। ଏହି ଅବସରରେ ତାଙ୍କୁ ପାନପୋଷ ଛକରୁ ବିଜେପି କାର୍ଯ୍ୟକର୍ତା ମାନେ ଏକ ଶୋଭାଯାତ୍ରା ଜରିଆରେ ସ୍ୱାଗତ କରି ଭଞ୍ଜ ଭବନରେ ଆୟୋଜିତ ସମ୍ଭରଧନା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆଣିଥିଲେ। ଜୁଏଲ ଓରାମ ଙ୍କୁ ବିଭିନ୍ନ ସାମାଜିକ ଓ ସଂସ୍କୃତିକ ଅନୁଷ୍ଠାନ ତରଫରୁ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ଜୁଏଲ ମନ୍ତ୍ରୀ ପଦ ପାଇଁ ତାଙ୍କର ଆଶା ଥିଲା ନମିଳିବାରୁ ସେ ଦୁଃଖିତ ହବା ସହ ପତ୍ନୀଙ୍କ ଅନୁରୋଧ ରକ୍ଷା କରି ଶପଥ ଗ୍ରହଣ ଉତ୍ସାବ ରେ ଯୋଗଦେବା ପାଇଁ ଯାଇନଥିବାର କହିଥିଲେ। ମନ୍ତ୍ରୀପଦ ମିଳିବା ନମିଳିବା ପ୍ରଧାନମନ୍ତ୍ରୀ ଙ୍କ ନିର୍ଣ୍ଣୟ ଏବଂ ମନ୍ତ୍ରୀ ହେବା ପାଇଁ ତାଙ୍କ ଠାରୁ ଯୋଗ୍ୟ ବ୍ୟକ୍ତି ଅଛନ୍ତି ବୋଲି ମଧ୍ୟ କହିଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.