ETV Bharat / city

ମୋବାଇଲ ଟାୱାର ନାଁରେ ସାଙ୍ଘାତିକ ଠକେଇ, 5 ଅଭିଯୁକ୍ତ ଗିରଫ - ଲାଟେଷ୍ଟ ରାଉରକେଲା ଅପରାଧ ଖବର

ମୋବାଇଲ ଟାୱାର ଲଗାଇବା ନାମରେ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଅଭିଯୋଗ ପାଇବା ପରେ ସମ୍ପୃକ୍ତ ଗ୍ୟାଙ୍ଗର 5 ଜଣଙ୍କୁ ଶୁକ୍ରବାର ଗିରଫ କରିଛି ରାଉରକେଲା ପୋଲିସ ।

ମୋବାଇଲ ଟାୱାର ନାଁରେ ଠକେଇ
author img

By

Published : Nov 8, 2019, 3:06 PM IST

ରାଉରକେଲା: ମୋବାଇଲ ଟାୱାର ଲଗାଇବା ନାମରେ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଅଭିଯୋଗ ପାଇବା ପରେ ସମ୍ପୃକ୍ତ ଗ୍ୟାଙ୍ଗର 5 ଜଣଙ୍କୁ ଶୁକ୍ରବାର ଗିରଫ କରିଛି ରାଉରକେଲା ପୋଲିସ । ଗିରଫ ଯୁବକମାନେ ହେଲେ ବୁଧ ସରକାର, ଜୟନ୍ତ ବନେର୍ଜୀ, ପ୍ରିୟଂଶୁ ଦାସ, ରୋହିତ ସରକାର ଓ ସୁବୋଧିତ।

ମୋବାଇଲ ଟାୱାର ନାଁରେ ଠକେଇ

ଗିରଫ ଅଭିଯୁକ୍ତମାନେ ଜିଏସଟି ତଥା ଅନ୍ୟ ଆଳ ଦେଖାଇ ରାଉରକେଲାର ପୂର୍ଣ୍ଣେନ୍ଦୁ ଶେଖର ପଣ୍ଡାଙ୍କଠାରୁ 9.56 ଲକ୍ଷ ଟଙ୍କା ଠକି ଥିବା ସେ ଅଭିଯୋଗ କରିଥିଲେ। ଏନେଇ ଏଫଆଇଆର ପାଇବା ପରେ ପୋଲିସ ସାଇବର ଥାନାରେ ମାମଲା ରୁଜୁ କରି କୋଲକାତାରେ ଚଢାଉ କରିଥିଲା । ଏହି ଚଢାଉରେ ସମ୍ପୃକ୍ତ ଗ୍ୟାଙ୍ଗକୁ ଧରିବା ସହ ସେମାନଙ୍କ ପାଖରୁ 7 ଲାପଟପ, 2 ଟାବଲେଟ,194 ସିମ, 16 ହାର୍ଡ ଡିସ୍କ,14 ମୋବାଇଲ ଆଦି ଜବତ କରିଥିବା ପୋଲିସ । ଏଥିସହ ଶତାଧିକ ଚେକ ମଧ୍ୟ ଜବତ କରିଥିଲା ପୋଲିସ ।

ତେବେ ଜବତ ଚେକ ମଧ୍ୟରୁ ସୁନ୍ଦରଗଡର ଜଣଙ୍କଠାରୁ ଏମାନେ 4.98 ଲକ୍ଷ ଟଙ୍କାର ଚେକ ରଖିଥିବା ଦେଖାଯାଇଛି । ଗିରଫ 5 ଜଣଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି ତଥା ଦେଶବ୍ୟାପୀ ନେଟୱାର୍କ ଧରିବା ପାଇଁ ପୋଲିସ ଏମାନଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରିବ । ଏନେଇ ରାଉରକେଲା ଏସପି କେ ଶିବ ସୁବ୍ରମଣି ସୂଚନା ଦେଇଛନ୍ତି।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ମୋବାଇଲ ଟାୱାର ଲଗାଇବା ପ୍ରଲୋଭନ ଦେଖାଇ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ଥିବା ଏକ ଗ୍ୟାଙ୍ଗ ର 5 ଜଣଙ୍କୁ ରାଉରକେଲା ପୋଲିସ ଗିରଫ କରିଛି। ଗିରଫ ଯୁବଲ ମନେ ହେଲେ ବୁଧ ସରକାର, ଜୟନ୍ତ ବନେର୍ଜୀ, ପ୍ରିୟନସୁ ଦାସ, ରୋହିତ ସରକାର, ସୁବୋଧିତ।

Body:ଏମାନେ କେବୀ GST ତଥା ଅନ୍ୟ ଆଲ ଦେଖାଇ ରାଉରକେଲା ର ପ୍ରଂଏଣ୍ଡୁ ପଣ୍ଡାଙ୍କ ପକ୍ଷରୁ 9.56 ଲକ୍ଷ ଟଙ୍କା ଠକି ଥିଲେ। FIR ପାଇବା ପରେ ପୋଲିସ ସାଇବେର ଥାନା ରେ କେଶ କରି କୋଲକାତା ରେ ଚଡବ୍ କରି ଏହି ଗ୍ୟାଙ୍ଗ କୁ ଧରିବା ସହି ଏମାନଙ୍କ ପକ୍ଷରୁ 7 laptaop, 2 ଟାଵଲେଟ,,194 ସିମ, 16 ହାର୍ଡ ଡିସ୍କ,14 ମୋବାଇଲ ଜପଟ କରିବା ସହିତ ଶତାଧିକ ଚେକ ଜପଟ କରିଛି। ଜପତ ଚେକ ମଧ୍ୟ ରୁ ସୁନ୍ଦରଗଡ଼ ର ଜନଙ୍କଠାରୁ ଏମାନେ 4.98 ର ଚେକ ମଧ୍ୟ ଜପଟ କର ଯାଇଛି।

Conclusion:5 ଜଣଙ୍କୁ ଆଜି କୋର୍ଟ ଚାଲାଣ କର ଯାଇଛି ତଥା ଦେଶବ୍ୟାପୀ ନେଟୱର୍କ ଧରିବା ପାଇଁ ପୋଲିସ ଏମାନଙ୍କୁ ରିମାଣ୍ଡ ରେ ଆଣି ପଚରା ଉଚରା କରିବ ବୋଲି ରାଉରକେଲା ଏସପି କେ ଶିବ ସୁବ୍ରମଣି ସୂଚନା ଦେଇଛନ୍ତି।
ବାଇଟ- କେ. ଶିବ ସୁବ୍ରମଣି,ଏସପି,ରାଉରକେଲା
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.