ରାଉରକେଲା: ଗୁରୁବାର ଓଡିଶାରେ ଅନୁଷ୍ଠିତ ହୋଇଯାଇଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ରାଜ୍ୟର 5ଟି ଲୋକସଭା ଆସନ ଓ ଏହାର ଅନ୍ତର୍ଗତ 35ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଥିବା ବେଳେ ସେଥି ମଧ୍ୟରୁ ସୁନ୍ଦରଗଡ ବିଧାନସଭା ଥିଲା ଅନ୍ୟତମ । ତେବେ ଏହି ବିଧାନସଭା ଆସନରେ ସର୍ବମୋଟ 71.44 ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି ।
ତଲସର ନିର୍ବାଚନ ମଣ୍ଡଳୀରେ 75.53 ପ୍ରତିଶତ ମତଦାନ ହୋଇଥିବା ବେଳେ ସୁନ୍ଦରଗଡରେ 75.25 ପ୍ରତିଶତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ । ସେହିପରି ବିରମିତ୍ରପୁର ନିର୍ବାଚନ ମଣ୍ଡଳୀରେ 76 ପ୍ରତିଶତ, ରଘୁନାଥପଲ୍ଲୀରେ 61 ପ୍ରତିଶତ, ରାଉରକେଲାରେ 63 ପ୍ରତିଶତ, ରାଜଗାଙ୍ଗପୁରରେ 68 ପ୍ରତିଶତ ଏବଂ ବଣାଇ ନିର୍ବାଚନ ମଣ୍ଡଳୀରେ 79 ପ୍ରତିଶତ ମତଦାନ ହୋଇଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ