ETV Bharat / city

ରାଉରକେଲାରେ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ

author img

By

Published : Sep 27, 2019, 3:01 PM IST

ରାଉରକେଲାରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ସହରରେ ଆସନ୍ତା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ପ୍ରସ୍ତୁତି ବୈଠକରେ ପାନପୋଷ ଉପଜିଲ୍ଲାପାଳ ବିଶ୍ଵଜିତ ମହାପାତ୍ର, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଯାଦୁଲ୍ଲା ବିଜୟ ଓ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଏହି ବୈଠକରେ ଶୃଙ୍ଖଳା, ଟ୍ରାଫିକ ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଆଲୋଚନା ସମୟରେ ବିଭିନ୍ନ ରାସ୍ତାମାନରେ ଏଲଆଣ୍ଡଟି ଦ୍ବାରା ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଏହାକୁ ଗମନାଗମନ ଯୋଗ୍ୟ କରିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ବିଜୁଳି ଓ ପାଣିର ଯୋଗାଣକୁ ସୁନିଶ୍ଚିତ କରିବାକୁ ୱେସ୍କୋ ତଥା ଆରଏସପିକୁ ନିର୍ଦ୍ଦେଶ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଦୁର୍ଗାପୂଜା ଅବସରରେ ମଣ୍ଡପ ଓ ମଣ୍ଡପ ବାହାରେ ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ କରିବାକୁ ଏହି ବୈଠକରେ କୁହାଯାଇଛି । ଏହା ସହ ପୂଜା କମିଟି ପକ୍ଷରୁ ବହୁ ସଂଖ୍ୟାରେ ସ୍ବେଚ୍ଛାସେବୀ ନିୟୋଜିତ କରାଯାଇ ମଣ୍ଡପ ବାହାରେ ଥିବା ଭିଡକୁ ନିୟନ୍ତ୍ରଣ କରିବାକୁ ବୈଠକରେ କୁହାଯାଇଛି ।

ରାଉରକେଲାରେ ଦୁର୍ଗାପୂଜା ସମୟରେ କୌଣସି ଅସୁବିଧା ନ ହେବା ପାଇଁ ପ୍ରଶାସନ ପକ୍ଷରୁ ପୋଲିସ ଅଧିକାରୀ, ବିଦ୍ୟୁତ ବିଭାଗ ଓ ପୂଜା କମିଟି କର୍ମକର୍ତ୍ତା ମାନଙ୍କୁ ନେଇ ସମନ୍ବୟ ରକ୍ଷା କରିବା ପାଇଁ ନିବେଦନ କରାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ରାଉରକେଲା ରେ ଦୁର୍ଗା ପୂଜା ପାଇ ପ୍ରସ୍ତୁତି ବୈଠକ ରେ ରାଉରକେଲା ର ଏଡିଏମ ଯାଦୁଲ୍ଲା ବିଜୟ ସ୍ପଷ୍ଟ କରିଛନ୍ତି କି ସହର ରେ ଏଲ ଏଣ୍ଡ ଟି ତରଫରୁ ଯେତେ ରାସ୍ତା ଖୋଲା ହୋଇଛି ତାହା ଗାଡି ଚଳାଚଳ ୟୋଗ୍ୟ କରିବାକୁ ପଡିବ। ବିଜୁଳି ତଥା ପାଣି ରେ କୈଣସି ବଧ ନ ହେଉ ଏହାକୁ ସୁନସଚିତ କରିବା ପାଇଁ ରେ ୱେସ୍କୋ ତଥା ଆର ଏସ ପି କୁ ନିର୍ଦେଶ ଦେଇ ଥିଲର।

Body:ପୂଜା କମିଟି ମାନଙ୍କୁ ସେ ନିର୍ଦେଶ ଦେଇଛନ୍ତି କି ପେଣ୍ଡଳ ବାହାର ତଥା ଭିତର ପ୍ରବେଶ ରାସ୍ତା ରେ ସିସିଟିଭି ବାଧ୍ୟତାମୂଳକ। ସବୁ ପୂଜା କମିଟି ଗୁଡିକ ବିଭିନ୍ନ ବିବଜାଗୃ ଯାହା ଅନୁମତି ଦରକାର ତାହା ନିଶ୍ଚୟ ନିଆନ୍ତୁ। ପରିଚୟପତ୍ର ଦେଇ ପୂଜା କମିଟି ପର୍ଯପ୍ତ ସଂଖ୍ୟା ରେ volunteer ଦେଲେ ସେମାନେ ଭିଡ଼ ନିନ୍ତ୍ରଣ କରିବାରେ ସହାୟକ ହେବେ।

Conclusion:ରାଉରକେଲା ରେ ଦୁର୍ଗାପୂଜା ର ନିଜ ସ୍ଥାନ ରହିଛି। ପୂଜା ସମୟ ରେ କୌଣସି ଅସୁବିଧା ନ ହେଉ ସେହି ପାଇଁ ପୋଲିସ ଅଧିକାରୀ ମାନଙ୍କ ସହିତ ସ୍ଵବୁ ଠନବାବୁ, ବିଭିନ୍ନ ଲାଇନ ବିଭାଗ,ପୂଜା କମିଟି ମାନଙ୍କୁ ନେଇ ବୈଠକ କରି ନିଜ ମଧ୍ୟ ରେ ସମନ୍ବୟ ରଖିବା ପାଇଁ ପ୍ରୟାସ କରି ଥିଲେ।ବୈଠକ ରେ ରାସ୍ତା ଖୋଲିଥିବା
ବାଇଟ- ବିଶ୍ଵଜିତ ମହାପାତ୍ର,ଉପଲିଲ୍ଲାପାଳ,ପାନପୋଷ

ବାଇଟ-ଯାଦୁଲ୍ଲା ବିଜୟ,ଅତିରିକ୍ତ ଜିଲ୍ଲାପାଳ,ରାଉରକେଲା
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.