ରାଉରକେଲା: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଡାକ୍ତର ଦେବାଶିଷ ବୋଷ ଗିରଫ । ନାବାଳିକାର ଅବୈଧ ଗର୍ଭପାତ କରାଇଥିବା ଅଭିଯୋଗରେ ଡାକ୍ତରକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସମ୍ପୃକ୍ତ ଡାକ୍ତରଙ୍କୁ ସୁନ୍ଦରଗଡ କୋର୍ଟରେ ହଜାର କରାଯାଇଛି ।
କ୍ରାଇମବ୍ରାଞ୍ଚ ଟିମ ସକାଳେ ସମ୍ପୃକ୍ତ ଡାକ୍ତରଙ୍କୁ ପଚାରଉଚରା ପାଇଁ ବୀରମିତ୍ରପୁର ଥାନାକୁ ଡାକିଥିଲେ । ସେଠାରେ ଦୀର୍ଘ ସମୟ ଜେରା ପରେ ଗିରଫ କରାଯାଇଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବୀରମିତ୍ରପୁରର ବହିଷ୍କୃତ ପୂର୍ବତନ ଥାନା ଅଧିକାରୀ ଆନନ୍ଦ ମାଝୀକୁ ଗିରଫ କରାଯାଇଛି ।
ସୂଚନାଯୋଗ୍ୟ, ଜଣେ ଅସହାୟ ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୪ ଜଣ ଏବେ ବି ଫେରାର ଅଛନ୍ତି।
ବୀରମିତ୍ରପୁର ପୋଲିସ ନାବାଳିକାକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଗର୍ଭପାତ କରାଇଥିଲା। ପରେ CWC ନିକଟରେ ନାବାଳିକାର ବୟାନ ପରେ ସବୁ ତଥ୍ୟ ସାମ୍ନାକୁ ଆସିଥିଲା। ଏହି ଆଧାରରେ ଏକ ମାମଲା ରୁଜୁ କରାଯାଇଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ