ETV Bharat / city

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ - ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା

ବୀରମିତ୍ରପୁର ଥାନାରେ କ୍ରାଇମବ୍ରାଞ୍ଚର 4 ଜଣିଆ ଟିମ୍ । ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ତଦନ୍ତ କରିବାକୁ ଟିମ୍ ଆସିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

author img

By

Published : Jun 30, 2020, 9:56 PM IST

ରାଉରକେଲା: ବୀରମିତ୍ରପୁର ଥାନାରେ କ୍ରାଇମବ୍ରାଞ୍ଚର 4 ଜଣିଆ ଟିମ୍ । ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ତଦନ୍ତ କରିବାକୁ ଟିମ ଆସିଥିବା ଜଣାପଡିଛି । ମଙ୍ଗଳବାର ଅପରାହ୍ନ 5ଟାରେ ପହଞ୍ଚିବା ପରେ ଆରମ୍ଭ ହୋଇଛି ତଦନ୍ତ ।

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ
ଜଣେ ଡିଏସପିଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ବୀରମିତ୍ରପୁର ଥାନାରେ ତଦନ୍ତ ପରେ ରାଏବଗା ଥାନାରେ ପହଞ୍ଚି ନାବାଳିକା ଦୁଷ୍କର୍ମ ଏବଂ ଗର୍ଭପାତ ମାମଲାର ସମସ୍ତ ନଥିପତ୍ର ଯାଞ୍ଚ କରିଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଥିବା ବୀରମିତ୍ରପୁର ଥାନାର ତଥାକଥିତ ବଡ ବାବୁଙ୍କୁ ପୋଲିସ ଏପର୍ଯ୍ୟନ୍ତ ଧରିବାରେ ସଫଳ ହୋଇନାହିଁ । ଏପରି ସମୟରେ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯିବା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା । ଘଟଣାରେ ଜଡିତ ଜଣେ ଡାକ୍ତରଙ୍କ ସମେତ ଅନ୍ୟ 5 ଜଣଙ୍କୁ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ଧରିପାରିନାହିଁ ।ସୂଚନା ମୁତାବକ ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁରରେ ଜୁନ 14 ତାରିଖରେ ଏହି ଘଟଣା ଘଟିଥିଲା । ଏହାପରେ ନାବାଳିକାକୁ ବିଶ୍ରା ଚାଇଲ୍ଡ ଲାଇନରେ ରଖାଯାଇଥିଲା । ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଚାଇଲଡ ଲାଇନ ଯାଇଥିବାବେଳେ ନାବାଳିକାର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଇଥିଲେ । ସେଠାରେ ନାବାଳିକା ଜଣକ ସିଡବ୍ଲୁସି ସମ୍ମୁଖରେ ଏହା ବାବଦରେ ନିଜ ବୟାନ ଦେଇଥିଲେ ।ଏହାପରେ ସୁନ୍ଦରଗଡ ଡିସିପିଓଙ୍କ ପକ୍ଷରୁ ରାଏବଗା ଥାନାରେ ବୀରମିତ୍ରପୁର ବଡବାବୁ ଓ ଡାକ୍ତରଙ୍କ ସମେତ ଛଅ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତ ପରେ ଏହି କେସର ସଠିକ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ଆଶା କରାଯାଉଛି ।ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.