ରାଉରକେଲା: ମହାନଗର ସଫେଇ କର୍ମଚାରୀ ଆନ୍ଦୋଳନ । ରାଉରକେଲା ମହାନଗର ନିଗମରେ କାମ କରୁଥିବା ଠିକା ସଫେଇ କର୍ମଚାରୀମାନେ କାମ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ଅଭିଯୋଗ ଅନୁଯାୟୀ ସଫେଇ କର୍ମଚାରୀ ସଂଘର ସଭାପତି ସମାରୁ ବିଭାରଙ୍କ ନେତୃତ୍ବରେ ସମସ୍ତ ଠିକା ସଫେଇ କର୍ମଚାରୀମାନେ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଗତ ସେପ୍ଟେମ୍ବର ଏବଂ ଅକ୍ଟୋବର ଦୁଇ ମାସର ଦରମା ମିଳି ନ ଥିବାରୁ ଆନ୍ଦୋଳନ କରାଯାଉଛି । ବିଭିନ୍ନ ପୂଜା ପର୍ବ ସମୟରେ ମଧ୍ୟ ଦରମା ଦିଆଯାଉନାହିଁ ବୋଲି ସଫେଇ କର୍ମଚାରୀମାନେ କହିଛନ୍ତି । ବକେୟା ଦରମା ପ୍ରଦାନ କରାଯାଉ ନଚେତ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସଫେଇ କର୍ମଚାରୀମାନେ ମହାନଗର ନିଗମର ମୁଖ୍ୟ ଫାଟକ ନିକଟରେ ଧାରଣାରତ ଅଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ