ରାଉରକେଲା: ସାରା ବିଶ୍ବରେ କାୟା ବିସ୍ତାର କରିଛି କୋରୋନା । ଯାହାକୁ ନେଇ ସମଗ୍ର ଭାରତକୁ 21 ଦିନ ପର୍ଯ୍ୟନ୍ତ ଲକଡାଉନ କରିଛନ୍ତି ସରକାର । ତେବେ ଏ ଲକଡାଉନକୁ ସଫଳ କରିବା ପାଇଁ ସରକାର ଯଥା ସମ୍ଭବ ପ୍ରୟାସ ଜାରି ରଖିଛନ୍ତି ।
ଏହି ଲକଡାଉନ ସମୟରେ କେଉଁ ପରି ଭାବରେ ଲୋକମାନେ ଗୋଟିଏ ସ୍ଥାନରେ ଏକତ୍ରିତ ନହୁଅନ୍ତୁ ସେନେଇ ପାଇଁ ବିଭିନ୍ନ ସ୍ଥାନରେ ନୂଆ ପରିବା ଦୋକାନ ଖୋଲାଯାଇଛି । ଏହାସହ ଟେଲିଫୋନ ଭବନ ପଡିଆ ପରେ ଶନିବାର ଟ୍ରାଫିକ ଛକରେ ପରିବା ବଜାର ଖୋଲା ଯାଇଥିଲା ।
ଅନ୍ୟପଟେ ଉତ୍କଳମଣି ଗୋପବନ୍ଧୁ ହୋମିଓପାଥୀ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ଜ୍ଞାନରଞ୍ଜନ ଗିରି ନିଜ ପ୍ରତିକ୍ରିୟା ରଖିଛନ୍ତି । ସମସ୍ତ ଡାକ୍ତରଙ୍କୁ ନିଜ କ୍ଲିନିକ ଖୋଲିବ ଦରକାର । ସମସ୍ତେ କୋରୋନାକୁ ନେଇ ବ୍ୟସ୍ତ ଥିବାବେଳେ ଡାକ୍ତରମାନେ ନିଜ କ୍ଲିନିକରେ ଲୋକଙ୍କୁ କୋରୋନା ନେଇ ସଚେତନ କରି ପାରିବେ ତଥା ଛୋଟ ରୋଗ ଚିକିତ୍ସା କରିପାରିଲେ ଅନ୍ୟ ହସ୍ପିଟାଲ ଉପରେ ଅଧିକ ଚାପ ପଡିବ ନାହିଁ ବୋଲି ସେ କହିଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ର ନାଥ, ଇଟିଭି ଭାରତ