ETV Bharat / city

କୋରୋନା ବଦଳାଇଦେଲା ଜୀବନର ଜିଇଁବାର ଶୈଳୀ - ନାବାଳକ ମାନଙ୍କ ଜୀବନ ଶୈଳି

ରେଳ ଷ୍ଟେସନ ଦେଇ ଟ୍ରେନ ଚଳାଚଳ ବନ୍ଦ ରହିଥିବାରୁ ଶତାଧିକ ନାବାଳକଙ୍କ ଜୀବନ ଶୈଳୀ ବଦଳି ଯାଇଛି । ବହୁ ଅସୁବିଧାର ଏବେ ସମ୍ମୁଖୀନ ହେଉଛନ୍ତି ଏହି ଶିଶୁମାନେ । ଅଧିକ ଖବର ପଢନ୍ତୁ...

କୋରୋନା ବଦଳାଇଦେଲା ଜୀବନର ଜିଇଁବାର ଶୈଳୀ
କୋରୋନା ବଦଳାଇଦେଲା ଜୀବନର ଜିଇଁବାର ଶୈଳୀ
author img

By

Published : Aug 26, 2020, 7:17 PM IST

ରାଉରକେଲା: ରେଳ ଷ୍ଟେସନ ଦେଇ ଟ୍ରେନ ଚଳାଚଳ ବନ୍ଦ ରହିଥିବାରୁ ଶତାଧିକ ନାବାଳକଙ୍କ ଜୀବନ ଶୈଳୀ ବଦଳି ଯାଇଛି । ଏହି ପିଲାମାନେ ଷ୍ଟେସନରେ ରହୁଥିଲେ ତଥା ଟ୍ରେନରେ ଝାଡୁ କରି ଯାତ୍ରୀଙ୍କ ଠାରୁ ଯାହା ପାଉଥିଲେ, ସେଥିରେ ନିଜର ପେଟ ପୋଷୁଥିଲେ ହେଲେ ଲକଡାଉନ ସବୁ କିଛି ଛଡାଇ ନେଇଛି ।

ବହୁ ଅସୁବିଧାର ଏବେ ସମ୍ମୁଖୀନ ହେଉଛନ୍ତି ଏମାନେ । କିଛିଦିନ ଧରି ବିଭିନ୍ନ ସଂସ୍ଥା ଦ୍ବାରା ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା । ଯାହା ଫଳରେ କିଛି ଦିନ କଷ୍ଟେମଷ୍ଟେ ଚଳିଯାଇଥିଲା । ପରେ ଏମାନଙ୍କୁ ଖାଇବା ଦେବା ବ୍ୟବସ୍ଥା ବନ୍ଦ ହୋଇଯାଇଥିଲା। ପାଖାପାଖି 25 ଜଣ ଏଠାରେ ରୁହନ୍ତି ।

କୋରୋନା ବଦଳାଇଦେଲା ଜୀବନର ଜିଇଁବାର ଶୈଳୀ

ପେଟ ପୋଷିବାକୁ ସେମାନେ ଅନ୍ୟ ବାଟ ବାଛି ନେଇଛନ୍ତି । ଷ୍ଟେସନରେ ସେମାନେ ରହୁଥିଲେ କିନ୍ତୁ ପ୍ରତିବନ୍ଧକ ରହି ଥିବାରୁ ଏମାନେ ଫୁଟପାଥରେ ରହିବା ପାଇଁ ବାଧ୍ୟ ହୋଇଛନ୍ତି । ସେପଟେ ଲଗାଣ ବର୍ଷା ହେଉ କି ଖରା ହେଉ ଫୁଟପାଥରେ ଏମାନେ ଜୀବନ ଅତିବାହିତ କରୁଛନ୍ତି।

ସବୁଠାରୁ ବଡ କଥା ହେଲା କେବେ ସବୁକିଛି ଠିକ ହେବ ପୂର୍ବଭଳି ଏମାନେ ନିଜର ବୃତ୍ତିକୁ ଆପଣାଇବା ତାହାକୁ ଅପେକ୍ଷା ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.