ETV Bharat / city

କାର୍ଡ ନଥିବା ଗରିବ ଲୋକଙ୍କୁ ଦିଆଯାଉ ରନ୍ଧା ଖାଦ୍ୟ

କୋରୋନାକୁ ନେଇ ରାଜନୀତି କରାନଯାଉ । ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଲେ ପୂର୍ବତନ ବିଧ୍ୟାୟକ ତଥା କଂଗ୍ରେସ ନେତା ଜର୍ଜ ତିର୍କୀ, ପ୍ରଶାନ୍ତ ସେଠି ଓ ବିରେନ ସେନାପତି ।

କାର୍ଡ ନଥିବା ଗରିବ ଲୋକଙ୍କୁ ଦିଆଯାଉ ରନ୍ଧା ଖାଦ୍ୟ
କାର୍ଡ ନଥିବା ଗରିବ ଲୋକଙ୍କୁ ଦିଆଯାଉ ରନ୍ଧା ଖାଦ୍ୟ
author img

By

Published : Apr 27, 2020, 3:17 PM IST

ରାଉରକେଲା: କୋରୋନାକୁ ନେଇ ରାଜନୀତି କରାନଯାଉ । କାର୍ଡ ନଥିବା ଗରିବ ଓ ଅସହାୟ ବ୍ୟକ୍ତିଙ୍କୁ ରନ୍ଧା ଖାଦ୍ୟ କିମ୍ବା ରାସନ ସାମଗ୍ରୀ ଯୋଗାଇ ଦିଆଯାଉ । ଏହା ସହ ନିର୍ମାଣ ଶ୍ରମିକମାନଙ୍କୁ ମହାନଗର ନିଗମ ମାର୍ଫତରେ ଟଙ୍କା ନଦେଇ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ 3 ହଜାର ଟଙ୍କା ପ୍ରଦାନ କରାଯାଉ । ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏପରି କହିଛନ୍ତି ପୂର୍ବତନ ବିଧ୍ୟାୟକ ତଥା କଂଗ୍ରେସ ନେତା ଜର୍ଜ ତିର୍କୀ, ପ୍ରଶାନ୍ତ ସେଠି ଓ ବିରେନ ସେନାପତି ।

କାର୍ଡ ନଥିବା ଗରିବ ଲୋକଙ୍କୁ ଦିଆଯାଉ ରନ୍ଧା ଖାଦ୍ୟ

ମହାନଗର ନିଗମ ପକ୍ଷରୁ ପ୍ରତ୍ୟେକ ଦିନ 15 ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା କଥା ସମ୍ପୂର୍ଣ୍ଣ ମିଥ୍ୟା । କେଉଁଠି କେତେ ପ୍ୟାକେଟ ଖାଦ୍ୟ ଦିଆଯାଉଛି ତାହାକୁ ସ୍ପଷ୍ଚ କରିବା ଦରକାର । ଏଭଳି ବ୍ୟବସ୍ଥା ଜିଲ୍ଲାର ଅନ୍ୟ ପୌରପାଳିକା ଅଞ୍ଚଳରେ କାହିଁକି କରାଯାଉନାହିଁ । କୋରୋନା ବିରୋଧରେ ଲଢେଇ ଜାରି ରହିଥିବାବେଳେ ସ୍ଥାନୀୟ ସ୍ତରରେ ରାଜନୀତି ବନ୍ଦ କରିବାକୁ ଏମାନେ ଦାବି କରିଛନ୍ତି । ଆବଶ୍ୟକୀୟ ବସ୍ତୁର ଦରଦାମ ନିର୍ଦ୍ଧାରିତ କରି ଖୁଚୁରା ତଥା ହୋଲସେଲ ଦୋକାନରେ ଖୋଲାଯିବା ଦରକାର ବୋଲି କହିଥିଲେ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.