ରାଉରକେଲା: ଶାସକ ଦଳ ବିଧାୟକଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ । କୋରୋନାକୁ ନେଇ ରବିବାର ସଟଡାଉନ ଥିବାବେଳେ ଦୁଇ ଶାସକ ବିଧାୟକ ଡାକ ବଙ୍ଗଳାରେ ବୈଠକ କରିଥିଲେ । ଯେଉଁଠି ବହୁ ସଂଖ୍ୟାରେ ପାର୍ଟି କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହାକୁ ବିରୋଧ କରି ଗୁରୁବାର କଂଗ୍ରେସ ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ବରେ ଗୁରୁବାର ବହୁ ସଂଖ୍ୟକ କଂଗ୍ରେସ କର୍ମକର୍ତ୍ତା ଏଡିଏମ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିସହ ଦୁଇ ବିଧାୟକ କୋରୋନା ନିୟମକୁ ଉଲଙ୍ଘନ କରିଥିବାରୁ ସେମାନଙ୍କୁ ଗିରଫ ଦାବି କରିଥିଲେ । ପରେ ଦଳ ପକ୍ଷରୁ ଲିଖିତ ଭାବରେ ଏକ ଦାବିପତ୍ର ପ୍ରଦାନ କରଯାଇଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ