ରାଉରକେଲା: ସମ୍ପୂର୍ଣ୍ଣ ସୁନ୍ଦରଗଡ ଜିଲ୍ଲାରେ ଛଟ୍ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନଦୀ କୂଳ ତଥା ପୋଖରୀ ଗୁଡିକୁ ସଫା କରିବା ସହିତ ଆଲୋକ ସାଜସଜ୍ଜା, ଯିବା ଆସିବା ରାସ୍ତାକୁ ଠିକ କରାଯାଉଛି। ବିହାର ତଥା ୟୁପିର ଏହି ଆସ୍ଥାର ପର୍ବକୁ ଦେଶର ସବୁ ଆଡେ ପାଳନ କରାଯାଉଛି।
'କାଲି ନାହାୟ ଖାଏ, ପରଦିନ ଖରଣା' ତା ପରେ ଉପବାସ ରହି ବ୍ରତଧାରୀ ମାନେ 2 ତାରିଖ ଦିନ ଅସ୍ତଗାମୀ ସୂର୍ଯ୍ୟଙ୍କ ପୂଜା କରିବା ପରେ 3 ତାରିଖ ଦିନ ଉଦୟଗାମୀ ସୂର୍ଯ୍ୟଙ୍କ ପୂଜା ପରେ ବ୍ରତର ସମାପନ ହୁଏ। ଏହି ପୂଜାରେ ଶୁଦ୍ଧତା ମହତ୍ବପୂର୍ଣ୍ଣ ହୋଇଥାଏ । ପୂଜାରେ ମନୋସ୍କାମନା ପୂର୍ଣ୍ଣ ହୁଏ ବୋଲି ବ୍ରତଧାରୀ ମାନେ ସବୁ କଷ୍ଟ ବରଦାସ୍ତ କରି ସପରିବାର ପୂଜାର୍ଚ୍ଚନା କରନ୍ତି ।
ଅସ୍ତଗାମୀ ତଥା ଉଦୟଗାମୀ ସୂର୍ଯ୍ୟଙ୍କ ପୂଜା ପାଇଁ ବିଶେଷ ଫଳ କୁଲା (ସୁପ) ମୁଣ୍ଡରେ ରଖି ଛଟ ଗୀତର ଧୂନରେ ପୂଜାର୍ଚ୍ଚନା କରନ୍ତି ବ୍ରତଧାରୀ ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ