ରାଉରକେଲା: ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା । ଆଉ ଏବେଠାରୁ ପୁରପଲ୍ଲୀ ଚଳଚଞ୍ଚଳ ହୋଇଉଠୁଥିବା ବେଳେ ଏଥିରୁ ବାଦ ପଡିନି ଷ୍ଟିଲ ସିଟି । ସେକ୍ଟର-7 ପୂଜା ପେଣ୍ଡାଲରେ ସବୁ ସମୟରେ କିଛି ନୂଆ ଦେଖିବାକୁ ମିଳେ । ଏହିବର୍ଷ ଚନ୍ଦ୍ରଯାନ-2 ଦେଶରେ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ରହିଛି । ଆଉ ଏହାକୁ ନଜରରେ ରଖି ପୂଜା ପେଣ୍ଡାଲକୁ ଚନ୍ଦ୍ରାୟନ ଆକାରରେ କରାଯାଇଛି ।
ଲଗାଣ ବର୍ଷା ଯୋଗୁଁ ନିର୍ଦ୍ଧାରିତ ସମୟରୁ ଟିକେ ବିଳମ୍ବ ହୋଇଛି ତଥା ପେଣ୍ଡାଲ ନିର୍ମାଣ ଦିନେ ଦୁଇ ଦିନ ରେ ସରିଯିବ ବୋଲି ଆଶା କରାଯାଉଛି । ସେକ୍ଟର- 7 ପୂଜା ପେଣ୍ଡାଲରେ ମୂର୍ତ୍ତୀ ନିର୍ମାଣ କାମ ମଧ୍ୟ ସରିବା ଉପରେ । ପେଣ୍ଡାଲ ନିର୍ମାଣ କାମ ସରିବା ପାଇଁ ସମସ୍ତେ ଲାଗି ପଡିଛନ୍ତି । ଏହି ପେଣ୍ଡାଲ ସାମ୍ନାରେ ମିନାବଜାର ମଧ୍ୟ ଲାଗିବା ଆରମ୍ଭ ହୋଇଛି ।
ଗତବର୍ଷ ମଧ୍ୟ ସେକ୍ଟର-7 ପୂଜା ପେଣ୍ଡାଲ ଲୋକଙ୍କ ଆକର୍ଷଣର କେନ୍ଦ୍ର ରହିଥିଲା । ଚଳିତବର୍ଷ ବି ବହୁ ସଂଖ୍ୟାରେ ଭକ୍ତ ଆସିବେ ବୋଲି ସମ୍ଭାବନା ରହିଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ