ETV Bharat / city

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ମାମଲା: ନ୍ୟାୟ ଦାବି କଲା ବିଜେପି - ଦୁଷ୍କର୍ମ ଘଟଣା

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଘଟଣାରେ ଥାନା ଆଇଆଇସି ବହିଷ୍କୃତ ହୋଇଥିବା ବେଳେ ବୁଧବାର ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ବୀରମିତ୍ରପୁର ଗସ୍ତ କରିବା ସହ ପୀଡ଼ିତାକୁ ନ୍ୟାୟ ଦେବାକୁ ଦାବି କରିଛି । ଅଧିକ ପଢନ୍ତୁ..

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଘଟଣା: ପୀଡ଼ିତାକୁ ଭେଟିଲେ ବିଜେପି ପ୍ରତିନିଧି ମଣ୍ଡଳୀ

author img

By

Published : Jul 1, 2020, 7:25 PM IST

Updated : Jul 1, 2020, 9:11 PM IST

ରାଉରକେଲା: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଘଟଣାରେ ଡିଜିପି ଥାନା ଆଇଆଇସି ଆନନ୍ଦ ମାଝିଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି । ସେହିପରି ବୁଧବାର ଅଭିଯୁକ୍ତ ଆନନ୍ଦ ମାଝୀଙ୍କୁ ଗିରଫ ମଧ୍ୟ କରିଛି ପୋଲିସ । ଅନ୍ୟପଟେ ବିଜେପିର ଏକ ପ୍ରତିନିଧି ମଣ୍ଡଳ ସାଧାରଣ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ବୀରମିତ୍ରପୁରୁ ଥାନା ଗସ୍ତ କରିଥିଲେ । ଘଟଣାରେ ପୋଲିସ ପ୍ରଶାସନକୁ ଦାୟୀ କରିଛି ବିଜେପି । ଘଟଣାରେ ପୋଲିସ ସମ୍ପୂର୍ଣ୍ଣ ଅସହଯୋଗ କରିଛି ବୋଲି ଅଭିଯୋଗ କରିଛି ବିଜେପି ।

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଘଟଣା: ପୀଡ଼ିତାକୁ ଭେଟିଲେ ବିଜେପି ପ୍ରତିନିଧି ମଣ୍ଡଳୀ

ଲେଖାଶ୍ରୀଙ୍କ ସହିତ ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ, ମହିଳା ନେତ୍ରୀ ପ୍ରମିଳା ଦାସ, ରାଜ୍ୟ ମୁଖପାତ୍ର ଧୀରେନ ସେନାପତି ସହିତ ସ୍ଥାନୀୟ ପାର୍ଟି କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଉକ୍ତ ପ୍ରତିନିଧି ମଣ୍ଡଳୀ ବୀରମିତ୍ରପୁର ଥାନା ଗସ୍ତ କରିବା ସହ ନାବାଳିକାକୁ ନ୍ୟାୟ ଦେବାକୁ ଦାବି କରିଛନ୍ତି । ସେହିପରି ପୂର୍ବରୁ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଏବଂ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ସରକାରୀ ମେଡ଼ିକାଲ ଗସ୍ତକରି ପୀଡ଼ିତାକୁ ଭେଟିଥିଲେ । ଅନ୍ୟପଟେ ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ବିଶ୍ରା ଚାଇଲ୍ଡ ଲାଇନକୁ ଯାଇ ପୀଡ଼ିତାର ବୟାନ ରେକର୍ଡ କରିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Last Updated : Jul 1, 2020, 9:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.