ରାଉରକେଲା: ଦେଶରେ ବଢି ଚାଲିଛି ଦୁଷ୍କର୍ମ ମାମଲା । ଅପରାଧୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାସ୍ତାକୁ ଓହ୍ଲାଇଛି ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି । ରାଉରକେଲାରେ ସମିତି ପକ୍ଷରୁ ଏଡିଏମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ନିର୍ଭୟା କାଣ୍ଡ ପରେ ଗଠିତ ବର୍ମା ଆୟୋଗର ରିପୋର୍ଟ ଲାଗୁ କରିବା ସହିତ ଦୁଷ୍କର୍ମ ପରେ ହତ୍ୟା ଭଳି ଜଘନ୍ୟ ଅପରାଧକୁ ରୋକିବା ପାଇଁ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ସମିତି ଦାବି କରିଛି ।
ତେବେ ଜିଲ୍ଲା ସଭାନେତ୍ରୀ ବିନୋଦିନି ଦାଶଙ୍କ ନେତୃତ୍ବରେ ହୋଇଥିବା ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ଶହ ଶହ ମହିଳା । ମହିଳାଙ୍କ ସୁରକ୍ଷାକୁ ନେଇ ସେମାନେ ନାରାବାଜି କରିଥିଲେ ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ