ରାଉରକେଲା: ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର Aରେ ପୂର୍ବ କଳହକୁ ନେଇ ଏସିଡ଼ ମାଡ । ଘଟଣାରେ ଜଣେ ଯୁବକଙ୍କ ସମେତ ତାଙ୍କ ଭାଉଜ ଏବଂ ମା ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ପ୍ରଥମେ ବନ୍ଧମୁଣ୍ଡା ରେଳବାଇ ହସ୍ପିଟାଲକୁ ନିଆଯାଇଥିବା ବେଳେ ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ IGH ସ୍ଥାନାନ୍ତର କରାଯାଇଛି ।
ବନ୍ଧମୁଣ୍ଡା ସେକ୍ଟର Aରେ ନଗେନ୍ଦ୍ର ପାଣ୍ଡେ ନାମକ ଯୁବକ ତାଙ୍କ ଭାଇ, ଭାଉଜ ଓ ମାଆଙ୍କ ସହ ରହୁଥିଲେ । ବୁଧବାର ସନ୍ଧ୍ୟାରେ ସେମାନେ ଘରେ ବସିଥିବା ସମୟରେ ତାଙ୍କ ପଡୋଶୀଘରର ସନ୍ତୋଷ ସୋନି ନାମକ ଜଣେ ସୁନା ଦୋକାନୀ ହଠାତ୍ ଘର ଭିତରକୁ ପଶି ଆସି ନଗେନ୍ଦ୍ରଙ୍କ ଉପରକୁ ଏସିଡ୍ ମାଡ଼ କରିଥିଲେ । ଏସିଡ଼ ମାଡରେ ନଗେନ୍ଦ୍ର ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ଭାଉଜ ଏବଂ ମା ମଧ୍ୟ ଆହତ ହୋଇଛନ୍ତି । ଏସିଡ଼ ମାଡ଼ ପରେ ଘଟଣା ସ୍ଥଳରୁ ସନ୍ତୋଷ ସୋନି ଫେରାର ହୋଇଯାଇଛି । ପୂର୍ବ ପାରିବାରିକ କଲହରୁ ଏ ପ୍ରକାର କାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ