ETV Bharat / city

ସର୍ଭିସ ପିସ୍ତଲରୁ ଗୁଳି ଫୁଟି ବଣେଇ ବିଧାୟକଙ୍କ ପିଏସଓ ମୃତ

author img

By

Published : Jun 18, 2020, 11:13 AM IST

Updated : Jun 18, 2020, 4:56 PM IST

ରାଉରକେଲାରେ ଜଣେ କାର୍ଯ୍ୟରତ ପୋଲିସ କନେଷ୍ଟବଳ ତାଙ୍କ ସର୍ଭିସ ପିସ୍ତଲ ସଫା କରୁଥିବାବେଳେ ସେଥିରୁ ଗୁଳି ଫୁଟି ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

constable
ସର୍ଭିସ ପିସ୍ତଲରୁ ଗୁଳି ଫୁଟି ବିଧାୟକଙ୍କ ପିଏସଓ ମୃତ

ରାଉରକେଲା: ସର୍ଭିସ ପିସ୍ତଲରୁ ଗୁଳି ଫୁଟି କାର୍ଯ୍ୟରତ ଜଣେ ପୋଲିସ କନେଷ୍ଟବଳଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ କନେଷ୍ଟବଳ ଡମ୍ବରୁ ଧର ସାହୁ । ସେ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ PSO ଥିଲେ । ଗୁରୁବାର ସକାଳେ ଡମ୍ବରୁ ଘରେ ଥିବା ବେଳେ ଏହି ଗୁଳି ଫୁଟିବାରୁ ତାଙ୍କର ମୃତ୍ୟୁ ହୋଇଛି ।

ତାଙ୍କ ଘର ଲହୁଣୀପଡା ଥାନା ଅନ୍ତର୍ଗତ କୁରୁଡା ଗ୍ରାମରେ। ପିସ୍ତଲଟିକୁ ସଫା କଲା ବେଳେ ଏହି ଗୁଳି ଫୁଟି ଥିବା କୁହାଯାଉଥିବାବେଳେ, ଘଟଣାର ସତ୍ୟାସତ୍ୟ ତଦନ୍ତ ପରେ ହିଁ ଜଣାପଡିବ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ସାଇଣ୍ଟିଫିକ ଟିମ ସହ ମିଶି ତଦନ୍ତ ଆରମ୍ଭ କରିଛି । ଏ ବାବଦରେ ଲହୁଣୀପଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Last Updated : Jun 18, 2020, 4:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.