ETV Bharat / city

ଭବାନୀପାଟଣା ଓ ୟୁପି ଅଭିମୁଖେ ଯାଉଥିବା 34 ଶ୍ରମିକ ଅଟକ - lockdown effect

ରାଉରକେଲା ପୋଲିସ ଝାଡଖଣ୍ଡର ଧନବାଦରୁ ଚାଲି ଚାଲି ନିଜ ଘର ଭବାନୀପାଟଣା ଯାଉଥିବା 13 ଜଣ ଓ ୟୁପିର 21 ଜଣ ଶ୍ରମିକଙ୍କୁ ଅଟକ ରଖିଛି । ଅଧିକ ପଢନ୍ତୁ...

ଭବାନୀ ପାଟଣା ଓ ୟୁପି ଅଭିମୁଖେ ଯାଉଥିବା 34 ଶ୍ରମିକ ଅଟକ

author img

By

Published : May 19, 2020, 11:03 AM IST

ରାଉରକେଲା: ଲକଡାଉନ କାରଣରୁ ବିଭିନ୍ନ ସ୍ଥାନରେ ଫଶି ରହିଥିବା ପ୍ରବାସୀ ଶ୍ରମିକ ମାନେ ଭୋକ ଉପବାସ, ବିନା ରୋଜଗାରରେ କେତେ ଦିନ ଅନ୍ୟ ରାଜ୍ୟରେ ପଡି ରହିବେ ସେନେଇ ଏବେ ସେମାନେ ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ସେମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାଙ୍କ ପକ୍ଷରୁ ଟ୍ରେନ ସୁବିଧା କରାଯାଇଥିବାବେଳେ କିଛି ଶ୍ରମିକ ଏଥିରୁ ବଞ୍ଚିତ ରହିଛନ୍ତି । ଯାହାକୁ ନେଇ ସେମାନେ ସାଇକେଲ ଓ ଚାଲି ଚାଲି ନିଜ ରାଜ୍ୟକୁ ଫେରୁଥିବାର ଦେଖିବାକୁ ମିଳୁଛି ।

ଭବାନୀ ପାଟଣା ଓ ୟୁପି ଅଭିମୁଖେ ଯାଉଥିବା 34 ଶ୍ରମିକ ଅଟକ
ଭବାନୀ ପାଟଣା ଓ ୟୁପି ଅଭିମୁଖେ ଯାଉଥିବା 34 ଶ୍ରମିକ ଅଟକ

ସେହିପରି ସୋମବାର ଝାଡଖଣ୍ଡର ଧନବାଦରୁ ଚାଲି ଚାଲି ନିଜ ଘର ଭବାନୀପାଟଣା ଯାଉଥିବା 13 ଜଣ ପ୍ରବାସୀ ଶ୍ରମିକ ମାନଙ୍କୁ ପୋଲିସ ଉଦ୍ଧାର କରିବା ପରେ ସୁରକ୍ଷିତରେ ରଖିଛି । ଅନ୍ୟପଟେ ୟୁପି ର 21 ଜଣ ଶ୍ରମିକଙ୍କୁ ବିଶ୍ରା ଛକ ନିକଟରେ ଦେଖିବା ପରେ ପୋଲିସ ସେମାନଙ୍କୁ ଅଟକ ରଖିଥିଲା । ପରେ ସମସ୍ତ 34 ଜଣ ଶ୍ରମିକଙ୍କୁ ପୋଲିସ ରହିବା ଖାଇବା ବ୍ୟବସ୍ଥା ପାଇଁ RMC ର TMCକୁ ପଠାଯାଇଛି ।

ମଙ୍ଗଳବାର ଏହି ଶ୍ରମିକ ମାନଙ୍କୁ ଭବାନୀପାଟଣା ଓ ୟୁପି ପଠାଇବାକୁ ନେଇ ସରକାରୀ ସ୍ତରରେ ଆଲୋଚନା ଚାଲିଛି । ଏହି ଶ୍ରମିକ ମାନେ ବହୁତ ହଇରାଣ ହୋଇ ଫେରୁଥିବା ଦେଖି ପୋଲିସ ପଚରା ଉଚରା କରିବା ପରେ ଏମାନଙ୍କୁ ଅଟକ ରଖିଥିଲା। ପ୍ରବାସୀ ଶ୍ରମିକ ମାନଙ୍କୁ ନେଇ କେନ୍ଦ୍ର ତଥା ରାଜ୍ୟ ସରକାର ମାନେ ଡିଣ୍ଡିମ ପିଟୁ ଥିବା ବେଳେ ଏହି ଶ୍ରମିକ ମାନେ ସେହି ସୁବିଧାରୁ ବଞ୍ଚିତ ହେଉଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.