ରାଉରକେଲା: ଦିନକୁ ଦିନ ବଢୁଛି ଜୁଆଡିଙ୍କ ଉତ୍ପାତ। ଆଜି ପ୍ଲାଣ୍ଟ ସାଇଟ ପୋଲିସ ଜନତା ନିବାସ ନିକଟ ପଡିଆରୁ 8 ଜୁଆଡିଙ୍କୁ ଗିରଫ କରିଛି। ଏମାନଙ୍କ ପାଖରୁ ନଗଦ 26 ହଜାର 600 ଟଙ୍କା ମିଳିଛି। ଏହାସହ 7 ଟି ମୋବାଇଲ ତଥା ତାସ ଜବତ ହୋଇଛି ।
![gamblers arrest](https://etvbharatimages.akamaized.net/etvbharat/prod-images/od-rkl-2-gamblersarrest-avo-7204000_09122019203023_0912f_1575903623_656.jpg)
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପୋଲିସ ଠିକ ସମୟରେ ଜୁଆ ଆଡ୍ଡାରେ ପହଞ୍ଚିଯାଇଥିଲା । ପୋଲିସକୁ ଦେଖି ଜୁଆଡି ଛତ୍ରଭଙ୍ଗ ଦେବା ସହ ଦୌଡିବାକୁ ଆରମ୍ଭ କରିଥିଲେ । ହେଲେ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହେବା ସହ ଏମାନଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଛି । ପୋଲିସ ଓ ଜୁଆଡିଙ୍କ ମଧ୍ୟରେ ହୋଇଥିବା ଛକାପଞ୍ଝାରେ ସ୍ଥାନୀୟ ଯୁବକ କିଛି ଟଙ୍କା ନେଇ ଯାଇଥିବା କୁହାଯାଉଛି।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ