ପୁରୀ: କୁଶଭଦ୍ରା ନଦୀପଠାରେ ଥିବା ଏକ ବରଗଛରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିବାବେଳେ ଅଘଟଣ । ଗୋପ ବ୍ଲକରେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ ବେଳେ ଗଛରୁ ପଡି଼ ଗୁରୁତର ହୋଇ ମେଡି଼କାଲରେ ଭର୍ତ୍ତି ହୋଇଛନ୍ତି । ତେବେ ସେ ପ୍ରେମ ବ୍ୟାପାରକୁ ନେଇ ଏପରି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି ।
ଗୋପ ଥାନା ଅନ୍ତର୍ଗତ ପୋଇତାର ଗ୍ରାମର ରାମକୃଷ୍ଣ ଜେନା ପ୍ରେମରେ ଅସଫଳ ହୋଇ ଏପରି କାଣ୍ଡ ଭିଆଇଥିବା ଜଣାପଡ଼ିଛି । ନିକଟସ୍ଥ କୁଶଭଦ୍ରା ନଦୀପଠାରେ ଥିବା ଏକ ବରଗଛରେ ରଶି ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ଯୁବକ । ମାତ୍ର ରଶିଟି ଛିଡି଼ ଯିବାରୁ 50 ଫୁଟ ଉପରୁ ପଡି଼ ଯୁବକଙ୍କ ହାତ ଗୋଡ଼ ଭାଙ୍ଗି ଯାଇଥିଲା ।
ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ସୂଚନା ଦେବା ପରେ ଅଗ୍ନିଶମ ବିଭାଗ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ଗୋପ ମେଡିକାଲରେ ଭର୍ତ୍ତି କରିଥିଲେ । ଗୋପ ମେଡିକାଲରେ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଅଧିକ ଚିକତ୍ସା ପାଇଁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତରିତ କରଯାଇଥିବା ଡାକ୍ତର ଶିବ ପ୍ରସାଦ ମଙ୍ଗରାଜ ସୂଚନା ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ