ETV Bharat / city

ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ଓ ଫୋଟୋ ପୋଷ୍ଟ କରି ଯୁବକ ଗିରଫ

author img

By

Published : Jan 26, 2022, 7:43 AM IST

ସୋସିଆଲ ମିଡିଆରେ ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ଓ ଫଟୋ ପୋଷ୍ଟ କରି ଗିରଫ ହେଲା ଯୁବକ । ଅଧିକ ପଢନ୍ତୁ

ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ଓ ଫୋଟୋ ପୋଷ୍ଟ କରିଥିବା ଯୁବକ ଗିରଫ

ପୁରୀ: ସୋସିଆଲ ମିଡିଆରେ ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ଓ ଫଟୋ ଛାଡିବା ମାମଲାରେ ଅଭିଯୁକ୍ତକୁ ଗିରଫ କଲା ପୁରୀ ପୋଲିସ । ପୁରୀ ସାଇବର କ୍ରାଇମ ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ସରୋଜ କୁମାର ସାହୁ ଓ ସେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଜଟିଆ ଗ୍ରାମ ବାସିନ୍ଦା ।

ଅଭିଯୋଗ ଅନୁସାରେ, ସରୋଜ ପୁରୀରେ ଥିବା ତାଙ୍କ ମହିଳା ବନ୍ଧୁଙ୍କ ଅନ୍ତରଙ୍ଗ ଭିଡ଼ିଓ ଓ ଫୋଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ତାଙ୍କୁ ବ୍ଲାକ ମେଲିଂ କରୁଥିଲେ । ପୀଡିତା ଜଣକ ପୁରୀ ସାଇବର କ୍ରାଇମ ଥାନାରେ ଅଭିଯୋଗ କରିବା ପରେ ଏହାକୁ ପୋଲିସ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା । ପରେ ପୁରୀ ପୋଲିସର ଏକ ଟିମ ଢେଙ୍କାନାଳ ପରଜଙ୍ଗ ଥାନା ଜଟିଆ ଗ୍ରାମକୁ ଯାଇ ଅଭିଯୁକ୍ତ ସରୋଜ ସାହୁକୁ ଗିରଫ କରିଛି । ସାଇବର କ୍ରାଇମ ଧାରାରେ ପୋଲିସ ତାକୁ ଗିରଫ କରି କୋର୍ଟଚାଲାଣ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.